ଜିନମ ସିକ୍ୱେନ୍ସିଂର ୭୫% ଓମିକ୍ରନ୍ : ତଥାପି ଏବେ ବି ରହିଛି ଡ଼େଲଟାର ପ୍ରଭାବ; ଏନସିଡ଼ିସିର ନିର୍ଦ୍ଦେଶକଙ୍କ ସୂଚନା

ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପରି ରାଜ୍ୟରେ ସକ୍ରିୟ ରହିଛି ଡ଼େଲଟା

74

କନକ ବ୍ୟୁରୋ : ଜାନୁଆରୀରେ ଜିନମ୍ ସିକ୍ୱେନ୍ସିଂ ପାଇଁ ଯାଇଥିବା ପ୍ରାୟ ୭୫ ପ୍ରତିଶତ ନମୁନାରୁ ଚିହ୍ନଟ ହୋଇଛି ଓମିକ୍ରନ୍ । ନେସନାଲ ସେଂଟର ଡିଜିଜ୍ କଂଟ୍ରୋଲ ବା ଏନସିଡ଼ିସି ନିର୍ଦ୍ଦେଶକ ସୁଜିତ୍ ସିଂହ କହିଛନ୍ତି, ଜାନୁଆରୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ଜାନୁଆରୀରେ ୯ ହଜାର ୬୭୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡିସେମ୍ବରରେ ଏହି ସଂଖ୍ୟା ଥିଲା ୧୨୯୨ । ତେବେ ଦେଶରେ ଏବେ ବି ଡ଼େଲଟାର ପ୍ରଭାବ ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ପରି ରାଜ୍ୟରେ ଡ଼େଲଟାର ପ୍ରଭାବ ଦେଖିବାକୁ ମିଳୁଛି । ଡ଼େଲଟା ଯୋଗୁ ରୋଗୀ ଗୁରୁତର ହେଉଛନ୍ତି । ଡିସେମ୍ବରରେ ୧୭ ହଜାର ୨୭୨ ଡ଼େଲଟା ମାମଲା ଆସିଥିବା ବେଳେ ଜାନୁଆରୀରେ ବର୍ତମାନ ସୁଦ୍ଧା ୪ ହଜାର ୭୮୯ ଡ଼େଲଟା ମାମଲା ଆସିଛି ।

ସେପଟେ, ଦେଶରେ ଓମିକ୍ରନ ସଂକ୍ରମଣ ଏବେବି ଚିନ୍ତା ଜନକ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲଭ ଅଗୱାଲ ସୁଚନା ଦେଇଛନ୍ତି । ଓମିକ୍ରନ ଭୁତାଣୁର ସବ ଭାରିଆଂଟ ବି.ଏ.୨ ଭାରତରେ ଅଧିକ ସଂଖ୍ୟାରେ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଲବ ଅଗ୍ରୱାଲ । ଏହା ପୁର୍ବରୁ ଓମିକ୍ରନର ସବ ଭାରିଆଂଟ ବି.ଏ.୨ ଅନ୍ତର୍ଜାତୀୟ ଯାତ୍ରୀଙ୍କ ନମୁନାରେ ମିଳୁଥିଲା । ହେଲେ ଏବେ ଅଧିକ ସଂଖ୍ୟାରେ ଏହି ଭୂତାଣୁ ମିଳୁଥିବା ଅନୁଧ୍ୟାନରୁ ଜଣାପଡିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଅନ୍ୟପଟେ ତୃତିୟ ଲହରରେ କରୋନା ସଂକ୍ରମଣ ଏକ ପ୍ରକାର ସ୍ଥିର ବା ପ୍ଲାଟିୟୁ ହୋଇ ଯାଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।