ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍ ଭାରିଆଣ୍ଟ : ଦକ୍ଷିଣ ଆଫ୍ରିକାରେ ସ୍ଥିତି ସାଂଘାତିକ

382

କନକ ବ୍ୟୁରୋ : ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍ ଭାରିଆଣ୍ଟ । ୧୪ ଦିନରେ ୩୮ଟି ଦେଶକୁ ବ୍ୟାପିଗଲାଣି କରୋନାର ଏହି ନୂଆ ଭାରିଆଂଟ । ଦକ୍ଷିଣ ଆଫ୍ରିକାରେ ଅତି ସାଂଘାତିକ ସ୍ଥିତି ଉପୁଜିଛି । ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣ ବଢୁଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏବେ ଦୈନିକ ସଂକ୍ରମଣ ଦୁଇଗୁଣା ହୋଇଛି । ଗତକାଲି ଦକ୍ଷିଣ ଆଫ୍ରିକାରେ ୧୬ ହଜାର ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।

ଏହା ସହ ୨୫ ଜଣଙ୍କ ଜୀବନ ଯାଇଛି । ଦକ୍ଷିଣ ଆଫ୍ରିକାରେ ପୂର୍ବରୁ ଶିଶୁମାନେ ଏତେ ସଂକ୍ରମିତ ହୋଇନଥିଲେ । ତୃତୀୟ ଲହରରେ ୫ ବର୍ଷରୁ କମ୍ ବୟସର ଶିଶୁ ଓ ୧୫ରୁ ୧୯ ବର୍ଷ ମଧ୍ୟରେ ବେଶୀ ସଂକ୍ରମଣ ହେଉଥିଲେ । କିନ୍ତୁ ଏବେ ସବୁ ବୟସରେ ସଂକ୍ରମଣ ବଢୁଛି । ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି । ତେବେ ଟିକା ନେଇନଥିବା ବ୍ୟକ୍ତି ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ବୋଲି ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।