ବିମାନବନ୍ଦରରେ ଟେଷ୍ଟିଂ-ଟ୍ରେସିଂ କଣ୍ଟ୍ରୋଲ ଫର୍ମୁଲା… କରୋନାର ନୂଆ ଭ୍ୟାରିଆଣ୍ଟକୁ ନେଇ ବଢୁଛି ଚିନ୍ତା

103

କନକ ବ୍ୟୁରୋ : ବିଶ୍ୱକୁ ପୁଣି ଘାରିଲାଣି କରୋନା ଭୟ । ଏବେ ନୂଆ ରୁପ ନେଇ ସାମ୍ନାକୁ ଆସିଛି କରୋନା ଭୂତାଣୁ । କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ମାତ୍ର କେଇଟା ଦିନ ମଧ୍ୟରେ ବିଶ୍ୱର ଅନେକ ଦେଶକୁ ବ୍ୟାପିଗଲାଣି । ନେଦରଲ୍ୟାଣ୍ଡ, ଡେନମାର୍କ ଏବଂ ଅଷ୍ଟ୍ରେଲିଆରେ ନୂଆ ମାମଲା ବଢିବାରେ ଲାଗିଛି । ତେଣୁ ବ୍ୟାପୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଅନ୍ତରାଷ୍ଟ୍ରିୟ ବିମାନ ଉଡାଣ ଉପରେ ସମୀକ୍ଷା କରିବେ ବୋଲି କହିଛନ୍ତି ।
୧- ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରସାସିତ ଅଞ୍ଚଳ ଗୁଡିକରେ କରୋନା ଟେଷ୍ଟିଂ ବଢାଇବା, ସ୍ୱାସ୍ଥ୍ୟସେବା ଢାଞ୍ଚାକୁ ବଦଳାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅନ୍ତରାଷ୍ଟ୍ରିୟ ଉଡାଣ ସେବା ନେଇ ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ଗ୍ଲୋବାଲ ସିନାରିୟୋର ସମୀକ୍ଷା କରିବା ପରେ ଅନ୍ତରାଷ୍ଟ୍ରିୟ ବିମାନ ଉଡାଣ ସେବା ପୁଣି ଚାଲୁ କରିବା ପାଇଁ ନିସ୍ପତ୍ତି କରାଯିବ ।
୨- ଏମ-ଏଚ୍-ଏର କହିବା ଅନୁଯାୟୀ, ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ଟେଷ୍ଟିଂ–ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଖାସକରି ଓମିକ୍ରନ୍ ସଂକ୍ରମଣ ବଢୁଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ଖାସ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବିମାନବନ୍ଦରରେ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରି ଟେଷ୍ଟିଂ ପ୍ରୋଟୋକଲକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
୩- ସେହିପରେ ରାଜ୍ୟଗୁଡିକରେ ସକ୍ରିୟ ମାମଲା ଉପରେ ନଜର ରଖିବା ସହ, ହଟସ୍ପଟ୍ , କରୋନା ପରୀକ୍ଷା, ସଂଗରୋଧ ପ୍ରକ୍ରିୟା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର ପକ୍ଷରୁ ନିଦ୍ଦେଶ ଦିଆଯାଇଛି ।
୪- ବିଦେଶରୁ ଭାରତ ପେରୁଥିବା ଯାତ୍ରୀଙ୍କ ପାଇଁ ଆର୍ଟି-ଫିସିଆର ଟେଷ୍ଟ ବାଦ୍ୟତାମୂଳକ କରାଯାଇଛି । ଏହାସହିତ ୧୪ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।
୫- ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ତରାଷ୍ଟ୍ରିୟ ବିମାନ ଉଡାଣ ସେବାକୁ ବାତିଲ କରିବା ପାଇଁ ପ୍ରଧନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ତେବେ ଦେଶରେ କରୋନାର ନୂଆ ଭାରିଆଣ୍ଟକୁ ଆସିବାରୁ ରୋକିବା ପାଇଁ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଛି । ଆଗକୁ ଏନେଇ ଗାଇଡଲାଇନ ମଧ୍ୟ ଜାରି କରିପାରନ୍ତି କେନ୍ଦ୍ର ସରକାର ।