ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗବେଷକ ସଂସ୍ଥା କହିଲା, ଦେଶରେ ଗୋଷ୍ଠୀ ସଂକ୍ରମଣ କରୁଛି ଓମିକ୍ରନ: ମେଟ୍ରୋ ସହରରେ ଅଧିକ ବେଗରେ ସଂକ୍ରମଣ 

157

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାର୍ସ କୋଭିଡ୍ ଜେନୋମିକ୍ସ କନ୍ସୋର୍ଟିୟମ ବା ଇନ୍ସାକଗ୍ର ତଥ୍ୟ ଅନୁସାରେ ଆଉ ବିଦେଶ ଫେରନ୍ତାଙ୍କ ଠାରୁ ସଂକ୍ରମଣ ବ୍ୟାପୁନାହିଁ, ମେଟ୍ରୋ-ସିଟି ବା ବଡ଼ ବଡ଼ ସହରରେ କମ୍ୟୁନିଟି ଟ୍ରାନ୍ସମିସନ୍ ବା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଁଚିଛି ଓମିକ୍ରନ । ଯେଉଁ ଅଂଚଳରେ କରୋନାର ଏହି ନୂଆ ପ୍ରଜାତି, ଅନ୍ୟ ପ୍ରଜାତିକୁ ପଛରେ ଦେଇଛି । ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି ।

ଇନସାକଗ୍ ହେଉଛି କେନ୍ଦ୍ର ସରକାରଙ୍କ କୋଭିଡ୍ ରିସର୍ଚ ବଡି ବା କରୋନା ଭୂତାଣୁ ସଂପର୍କରେ ଗବେଷଣା କରୁଥିବା ସଂସ୍ଥା । ଭୂତାଣୁର ରୂପରେଖ ଓ ବଦଳୁଥିବା ସ୍ଥିତି ସଂପର୍କରେ ତଥ୍ୟ ଦେଇଥାଏ ଇନ୍ସାକଗ୍ । ଇନ୍ସାକଗ୍ର ରିପୋର୍ଟ ଅନୁସାରେ ଓମିକ୍ରନର ସବ୍ ଭ୍ୟାରିଆଂଟ ମଧ୍ୟ ବଡ଼ ସହରରେ ଛାଇଗଲାଣୀ ।

ଦେଶରେ ଆର-ଭାଲ୍ୟୁ କମୁଥିବା ନେଇ କହିଛନ୍ତି ମାଡ୍ରାସ ଆଇଆଇଟର ଗବେଷକ । ଆର-ଭାଲ୍ୟୁ ହେଉଛି – ଜଣେ ଆକ୍ରାନ୍ତ ହାରାହାରି କେତେ ଜଣଙ୍କୁ ସଂକ୍ରମଣ କରୁଛନ୍ତି । ଜାନୁଆରୀ ପ୍ରଥମ ସପ୍ତାହରେ ଜଣେ ୪ ଜଣଙ୍କୁ ଆକ୍ରାନ୍ତ କରୁଥିବା ବେଳେ ଗତ ସପ୍ତାହରେ ଏହା ପାଖାପାଖି ଦେଢ଼ ଜଣ ରହିଛି ।

ଦେଖନ୍ତୁ ଆଇଆଇଟି ମାଡ୍ରାସର ତଥ୍ୟ ଉପରେ 

ଦେଶରେ ଆର୍-ଭାଲ୍ୟୁ କମୁଛି

ଜାନୁଆରୀ ୧୪-୨୧: ଆର୍-ଭାଲ୍ୟୁ ରହିଛି ୧,୫୭

ଜାନୁଆରୀ ୭-୧୩: ଆର୍-ଭାଲ୍ୟୁ ଥିଲା ୨.୨

ଜାନୁଆରୀ ୧-୬: ଆର୍-ଭାଲ୍ୟୁ ଥିଲା ୪ 

ଆର୍ ଭାଲ୍ୟୁ ୧ ରୁ କମ୍ ରହିଲେ ଅର୍ଥାତ ଜଣେ ଆକ୍ରାନ୍ତ ଯଦି ୧ରୁ କମ୍ ଲୋକଙ୍କୁ ସଂକ୍ରମଣ କରେ, ତେବେ ଲହର ଶେଷ ହେଲା ବୋଲି ଧରିନିଆଯାଏ । ମାଡ୍ରାସ ଆଇଆଇଟିର ଆକଳନ ଅନୁସାରେ ଆସନ୍ତା ୨ ସପ୍ତାହ ଭିତରେ ଦେଶରେ ସଂକ୍ରମଣ ପିକ୍ରେ ପହଁଚିବ ।

ଏପଟେ ଓଡ଼ିଶାରେ କିଛି ଦିନ ହେଲା ସଂକ୍ରମଣ କମିବାରେ ଆରମ୍ଭ କରିଛି ।

ନଜର ପକାନ୍ତୁ ଓଡ଼ିଶାର କରୋନା ମିଟର ଉପରେ – ଟେଷ୍ଟିଂ କମିନାହିଁ, କିନ୍ତୁ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ କମୁଛି ଏବଂ ସଂକ୍ରମଣ ହାର ମଧ୍ୟ କମିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଂଟରେ ୮ ହଜାର ୫୨୦ ନୂଆ ମାମଲା ଆସିଛି । ସଂକ୍ରମଣ ହାର ରହିଛି ୧୧.୭୪ ପ୫ ଦିନ ତଲେ

ଓଡ଼ିଶା କରୋନା ମିଟର

ତାରିଖ ସଂକ୍ରମଣ            ଟେଷ୍ଟ ସଂକ୍ରମଣ ହାର

୨୩ ଜାନୁଆରୀ ୮,୫୨୦ ୭୨,୫୨୪        ୧୧.୭୪%

୨୨ ଜାନୁଆରୀ ୮,୮୪୫ ୬୮, ୬୨୫        ୧୨.୮୯%

୨୧ ଜାନୁଆରୀ ୯,୮୩୩ ୭୪,୪୪୩        ୧୩.୨୦%

୨୦ ଜାନୁଆରୀ ୧୦,୩୬୮         ୭୪,୨୩୪        ୧୩.୯୬%

୧୯ ଜାନୁଆରୀ ୧୧,୬୦୭         ୬୯,୫୦୨         ୧୬.୭୦%