ଦ୍ରୁତ ଗତିରେ ବଢୁଛି ‘ଓମିକ୍ରନ୍’ ସଂକ୍ରମଣ । ମହାରାଷ୍ଟ୍ର, ଦିଲ୍ଲୀରେ ସର୍ବାଧିକ ମାମଲା

156

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । କରୋନାର ନୂଆ ପ୍ରଜାତି ଓମିକ୍ରନ୍ ପାଇଁ ସଂକ୍ରମଣ ବଢିବାରେ ଲାଗିଛି । ଦେଶରେ ୨୩ଟି ରାଜ୍ୟକୁ ବ୍ୟାପି ସାରିଲାଣି ଓମିକ୍ରନ୍ । ଆଉ ଶନିବାର ସୁଦ୍ଧା ମୋଟ ୧୪୩୧ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମେଟ୍ରୋ ସିଟି ମହାରାଷ୍ଟ୍ର, ଦିଲ୍ଲୀ ଓମିକ୍ରନ୍ରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ।

  • ମହାରାଷ୍ଟ୍ର – ୪୫୪
  • ଦିଲ୍ଲୀ – ୩୫୧
  • ତାମିଲନାଡୁ – ୧୧୮
  • ଗୁଜରାଟ – ୧୧୫
  • କେରଳ –୧୦୯

ଏହି ସବୁ ରାଜ୍ୟରେ ଶହେ ଟପି ସାରିଲାଣି ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା । ଫଳରେ ସରକାର ଓ ପ୍ରଶାସନ ତରଫରୁ ଅନେକ କଟକଣା ମଧ୍ୟ ଲାଗୁ କରାଯାଇଛି । ଅନ୍ୟପଟେ ଭାରତରେ ଏବେ କରୋନା ସଂକ୍ରମଣ ପୁଣି ଉପରମୁହାଁ ରେକର୍ଡ ହେଉଛି । ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତ ସଂଖ୍ୟା ୩୫ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି । ଯାହାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି ।

  • ଗତ ୨୪ ଘଂଟାରେ ଦେଶରେ
  • ୨୨, ୭୭୫ ନୂଆ ଆକ୍ରାନ୍ତ ଚିହ୍ନଟ
  • ୪୦୬ଜଣଙ୍କ ମାରାତ୍ମକ କରୋନାରେ ମୃତ୍ୟୁ
  • ଦୈନିକ ସଂକ୍ରମଣ ହାର ୨.୦୫ ପ୍ରତିଶତ ରେକର୍ଡ
  • ସକ୍ରିମ ମାମଲା ୦.୩୦ ପ୍ରତିଶତ

ବଢୁଥିବା କରୋନା ସଂକ୍ରମଣ ଓ ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ଭିତରେ ଦେଶରେ ଆରମ୍ଭ ହେବାକୁ ଯାଉଛି ୧୫-୧୮ ବର୍ଷ ବୟସ୍କଙ୍କ ଟିକାକରଣ । ଆସନ୍ତା ୩ ତାରିଖରୁ ୧୫ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏହା ପୂର୍ବରୁ ପଞ୍ଜୀକରଣ ପାଇଁ ଶନିବାର ଠାରୁ କୋୱିନ୍ ପୋର୍ଟାଲ ଖୋଲିଯାଇଛି । କରୋନାର ଓମିକ୍ରନ ପ୍ରଜାତି ପାଇଁ ଦେଶରେ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ତେବେ ଏହା ବିରୋଧରେ ଲଢେଇ ପାଇଁ ବିଭିନ୍ନ ରାଜ୍ୟରେ କଟକଣା ଲଗାଯାଉଛି । ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଆଦି ରାଜ୍ୟରେ ସାର୍ବଜନୀନ ସ୍ଥାନରେ କଟକଣା ଲଗାଯାଇଛି । ଅନେକ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁକୁ ମଧ୍ୟ ବଳବତ୍ତର କରାଯାଇଛି ।