ଚୀନରେ ବଢୁଛି ଓମିକ୍ରନ ସଂକ୍ରମଣ: ଘରେ ରହିବାକୁ ବାଧ୍ୟ କରୁଛି ପ୍ରଶାସନ, ଲୋକଙ୍କୁ  ମିଳୁନି ଖାଦ୍ୟ 

152

କନକ ବ୍ୟୁରୋ: ଚୀନର କୋଭିଡ ସ୍ଥିତି ସାଂଘାତିକ ହେବାରେ ଲାଗିଛି । କୋଭିଡ ସଂକ୍ରମଣକୁ ବଳି ଯାଇଛି କୋଭିଡ କଟକଣା । ଲୋକଙ୍କୁ ଖାଦ୍ୟ ମିଳୁନଥିବା ବେଳେ, ଔଷଧ ସରିଯିବାକୁ ବସିଛି । ଚୀନ୍ର ଅର୍ଥନୈତିକ ରାଜଧାନୀ  ସାଂଘାଇ ସହରରେ ବଢୁଥିବା ସଂକ୍ରମଣ ଯୋଗୁଁ କଟକଣାକୁ କଡାକଡି କରି ଲକଡାଉନ ଲଗାଇଛନ୍ତି ବେଜିଂ ସରକାର । ଫଳରେ ପ୍ରାୟ ୨କୋଟି ୬୦ଲକ୍ଷ ଘରେ ବନ୍ଦୀ ହୋଇଛନ୍ତି । ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ପ୍ରତିଶତ ବୃଦ୍ଧି ପାଇଛି । ଗୁରୁବାର ଦିନ ସାଂଘାଇରେ ୨୭ହଜାର କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧ପରଠାରୁ ଏପର୍ଯ୍ୟନ୍ତ ୩ଲକ୍ଷ ୩ହଜାର କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଫଳରେ ସାଂଘାଇରେ କଡା କଟକଣା ବଳବତର ରହିବ ବୋଲି ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ।

କଡାକଡି କଟକଣା ଲୋକଙ୍କୁ ବାଧ୍ୟ କରିଛି ଘରେ ବନ୍ଦୀ ହେବା ପାଇଁ ଏବଂ ଦୈନନ୍ଦିନ ସାମଗ୍ରୀ ପାଇଁ ତାଙ୍କୁ ହଇରାଣ ହରକତ ହେବାକୁ ପଡୁଛି । ଜଣେ ବ୍ୟକ୍ତି କିପରି ପ୍ରତିବାଦ କରୁଛନ୍ତି । ଆଉ କହୁଛନ୍ତି ତୁମ ଦ୍ୱାରା ମୋର ମୃତ୍ୟୁ ହୋଇଯିବ, ସବୁ ସୁପରମାର୍କେଟ ବନ୍ଦ ଅଛି, ମୁଁ କେଉଁଠୁ ଜିନିଷ କିଣିବି?ମୁଁ ଖାଇବି କ’ଣ, ପିଇବି କ’ଣ?ତୁମେ ଲୋକମାନଙ୍କୁ ମାରିଦେଉଛ । ଲୋକଙ୍କୁ ଘରେ ବନ୍ଦୀ କରାଯାଇଥିବା ଯୋଗୁଁ ନିଜ ନିଜ ବାଲକୋନିରୁ ବାହାରକୁ ଆସି ଜୋରରେ ପାଟିକରି ପ୍ରତିବାଦ କରୁଛନ୍ତି । ସମସ୍ତଙ୍କ କହିବା କଥା ସେହ ଗୋଟିଏ ଖାଇବାକୁ ଘରେ କିଛି ସାମଗ୍ରୀ ନାହିଁ, ଖାଇବେ କଣ ।

ସାଂଘାଇରେ ଖାଦ୍ୟାଭାବ ଦେଖାଦେଇଥିବା ବେଳେ ଔଷଧ ପରି ଜରୁରି ସାମଗ୍ରୀ ମଧ୍ୟ ସରିବା ଉପରେ । ଯାହାକୁ ନେଇ ଡାକ୍ତରଖାନାରେ ପହଂଚିଲୋକେ ପ୍ରତିବାଦ କରୁଛନ୍ତି । (୫) କେତେକ ସ୍ଥାନରେ ଲୋକେ ପ୍ରତିବାଦ କରିବା ସହ ବ୍ୟାରିକେଡ ଭାଙ୍ଗି ସରକାରୀ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ କରୁଛନ୍ତି । (୬/୭/୮) ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ, କଡାକଡି ଲକଡାଉନ କଟକଣା ଭିତରେ ଥିବା ଲୋକେ ରାସ୍ତାକୁ ବାହାରି ପ୍ରତିବାଦ ଜଣାଉଛନ୍ତି । ଶତାଧିକ ଲୋକ ଏକାଠି ହୋଇ ତାଙ୍କ ପାଖରେ ଖାଇବା ପାଇଁ ମଧ୍ୟ କିଛି ଖାଦ୍ୟସାମଗ୍ରୀ ନଥିବା ଅଭିଯୋଗ କରିଛନ୍ତି । ତେବେ ଗତ ଦୁଇ ସପ୍ତାହ ଧରି ଯେଉଁ ସ୍ଥାନ ଗୁଡିକରେ ସଂକ୍ରମିତ ନାହାନ୍ତି, ସେହି ସ୍ଥାନ ଗୁଡିକରେ କୋଭିଡ କଟକଣାକୁ କୋହଳ କରାଯାଉଛି ।