ଡେଲଟାଠାରୁ ରକ୍ଷା କରିପାରେ ଓମିକ୍ରନ ସଂକ୍ରମଣ । ଆଇସିଏମଆର ଅଧ୍ୟୟନରୁ ମିଳିଲା ତଥ୍ୟ

152

କନକ ବ୍ୟୁରୋ : ଡେଲଟାଠାରୁ ରକ୍ଷା କରିପାରେ ଓମିକ୍ରନ୍ ସଂକ୍ରମଣ । ଆଇସିଏମଆର ଅଧ୍ୟୟନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଓମିକ୍ରନ୍ ହେବା ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି । ଫଳରେ ପୁନଃ ସଂକ୍ରମଣ ହେବାର ସମ୍ଭାବନା କମ୍ ରହିଛି । ତେଣୁ ଏହା ଡେଲଟା ପରି ସଂକ୍ରମଣରୁ ରକ୍ଷା କରିବାରେ ଓମିକ୍ରନ୍ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ବୋଲି ଅଧ୍ୟୟନରେ କୁହାଯାଇଛି ।
ତେବେ, ୩୯ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୨୫ ଜଣ ଆଷ୍ଟ୍ରାଜେନିକା ଟିକାର ଦୁଇଟି ଡୋଜ୍ ନେଇଥିଲେ । ୮ ଜଣ ଫାଇଜରର ଦୁଇଟି ଡୋଜ୍ ନେଇଥିଲେ । ମୋଟ୍ ୩୯ ଜଣଙ୍କ ମଧ୍ୟରୁ ୨୮ ଜଣ ୟୁଏଇ, ୟୁକେ, ୟୁଏସ୍ ଭଳି ଦେଶରୁ ଫେରିଥିଲେ । ୧୧ ଜଣଙ୍କ ମଧ୍ୟରେ ଗୁରୁତର ସମସ୍ୟା ରହିଥିଲା । ସମସ୍ତେ ଓମିକ୍ରନ୍ରେ ସଂକ୍ରମିତ ହୋଇଥିଲେ ।