କନକ ବ୍ୟୁରୋ : ଦେଶରେ ଓମିକ୍ରନ ଆଣିବ ତୃତୀୟ ଲହର । ଆସନ୍ତା ଫେବ୍ରୁଆରୀ ୩ ତାରିଖରେ କୋଭିଡ୍ ସଂକ୍ରମଣ ସବୁଠୁ ଅଧିକ ରହିବ । ଏଭଳି ପୂର୍ବାନୁମାନ କରିଛନ୍ତି ଆଇଆଇଟି କାନପୁରର ଗବେଷକମାନେ । କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଭାରତରେ ତୃତୀୟ ଲହର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଆଇଆଇଟି କାନପୁରର ରିପୋର୍ଟ ମୁତାବକ, ଏବେର କୋଭିଡ୍ ଟ୍ରେଣ୍ଡ ଅନୁସାରେ ଡିସେମ୍ବର ମଧ୍ୟ ଭାଗରୁ ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ଫେବ୍ରୁଆରୀ ପ୍ରାରମ୍ଭରେ ଦେଶରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେବେ ବୋଲି ବୋଲି ରିପୋର୍ଟରେ କୁହାଯାଇଛି । ଆଇଆଇଟି କାନପୁରରର ଗବେଷକମାନେ ଗୁସିଆନ ମିକ୍ଚର ପରିସଂଖ୍ୟାନ ଟୁଲ ବ୍ୟବହାର କରି ତୃତୀୟ ଲହର ପୂର୍ବାନୁମାନ କରିଛନ୍ତି । ଗବେଷକମାନେ ଭାରତର ପ୍ରଥମ ଏବଂ ଦ୍ୱିତୀୟ ଲହରର ଏବଂ ନିକଟରେ ବିଭିନ୍ନ ଦେଶରେ ଓମିକ୍ରନ ସଂକ୍ରମଣର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତିି ।