ଓମିକ୍ରନ ଭାରିଆଣ୍ଟକୁ ନେଇ ଆଇସିଏମଆରର ବଡ ଦାବି, ସଂକ୍ରମିତ ଲୋକଙ୍କ ଠାରେ ବୃଦ୍ଧି ପାଉଛି ରୋଗ ପ୍ରତିରୋଧକ ଶକ୍ତି

219

କନକ ବ୍ୟୁରୋ : ସାରା ବିଶ୍ୱକୁ କରୋନା ମହାମାରୀ ଧ୍ୱସ୍ତ କରିଦେଇଛି । କରୋନା ଭୂତାଣୁର ଗୋଟିଏ ପରେ ଗୋଟିଏ ରୂପ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ହରଡଘଣାରେ ପକାଉଛି । ଏହାରି ମଧ୍ୟରେ ଦେଶରେ କରୋନାର ଓମିକ୍ରନ ଭାରିଆଣ୍ଟ ମାଡି ଆସୁଥିବା ବେଳେ ଏହାକୁ ନେଇ ଏଭଳି କିଛି ଦାବି କରିଛି ଆଇସିଏମଆର ।

ଆଇସିଏମଆର କହିଛି କି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ୱାରା ସଂକ୍ରମିତ ଲୋକଙ୍କ ଠାରେ ଯେଉଁ ଆଣ୍ଟି ବଡି ବୃଦ୍ଧି ପାଉଛି ତାହା କରୋନାର ଅନ୍ୟ ଭାରିଆଣ୍ଟ ଉପରେ ପ୍ରଭାବି ହେବ ଓ ସଂକ୍ରମିତ ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବାରେ ସହାୟକ ବି ହେବ । ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କୁ କରୋନାର ଡେଲ୍ଟା ଭାରିଆଣ୍ଟ, କିଛି ପ୍ରଭାବ ପକାଇ ପାରିବ ନାହିଁ ।

ଆଇସିଏମଆର ନିଜ ଅଧ୍ୟୟନରୁ ପାଇଥିବା ନିଷ୍କର୍ସ ମୁତାବକ ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ ଅଧିକ ହ୍ୟୁମାନ ରେସ୍ପନ୍ସ ଦେଖିବାକୁ ମିଳିଛି । ଏହାଦ୍ୱାରା କେବଳ ଓମିକ୍ରନ ନୁହେଁ ବରଂ କରୋନାର ଅନ୍ୟ ଭାରିଆଣ୍ଟକୁ ହରାଇବାର ଶକ୍ତି ବୃଦ୍ଧି ପାଉଛି ।

ଆଇସିଏମର ତାର ଅଧ୍ୟୟନ ପରେ କହିଛି କି ଆଇଜିସି ଓ ନ୍ୟୁଟ୍ରିଲାଇଜିଙ୍ଗ ଆଣ୍ଟିବଡି ବି-୧, ବେଟା, ଡେଲ୍ଟା ଓ ଓମିକ୍ରନ ଭାରିଆଣ୍ଟ ବିରୋଧରେ ପ୍ରଭାବି ହେବ । ଏହାସହ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ କହିଛି ଯେ କରୋନାର ଓମିକ୍ରନ ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟ ଠାରୁ ଦ୍ରୁତ ଗତିରେ ସଂକ୍ରମିତ ହୋଇଛି  ଓ ପ୍ରାକୃତିକ ରୂପରେ ଟିକା ଦ୍ୱାରା ବିକଶିତ କରାଯାଇଥିବା ହ୍ୟୁମାନ ସିଷ୍ଟମକୁ ପ୍ରଭାବିତ କରିଛି ।