କନକ ବ୍ୟୁରୋ : ଆମେରିକାରେ ବ୍ୟାପୁଛି ଓମିକ୍ରନ ସଂକ୍ରମଣ । ଡେଲଟା ଠାରୁ ଓମିକ୍ରମ ସଂକ୍ରମଣରେ ଆମେରିକା ଅଧିକ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ହାର ଆଉ କିଛି ସପ୍ତାହ ବଳବତର ରହିବ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଗତ ନଭେମ୍ବର ମଧ୍ୟ ଭାଗରୁୁ ଆମେରିକାରେ କୋଭିଡ ୧୯ ଜନିତ ମୃତ୍ୟୁ ସପ୍ତାହିକ ମୃତ୍ୟୁହାର କ୍ରମାଗତ ଭାବେ ବୃଦ୍ଧି ପାଇଁ ଗତ ସପ୍ତାହ ସୁଦ୍ଧା ୨ ହଜାର ୨୬୭ରେ ପହଂଚିଛି । ଗତ ସେପ୍ଟେମ୍ବରରେ ଆମେରିକାର ମୃତ୍ୟୁହାର ସପ୍ତାହକୁ ୨,୧୦୦ ଥିଲା ।

Advertisment

ବର୍ତ୍ତମାନ ସାରା ଦେଶ‌କୁ ପ୍ରାୟ ଓମିକ୍ରନ୍ ହିଁ କବଳିତ କରିଛି । ଅଧିକାଂଶ ଲୋକଙ୍କଠାରେ ଏହା ଗୁରୁତର ଲକ୍ଷଣ ପ୍ରକାଶ କରୁ ନ ଥିଲେ ମଧ୍ୟ ଏହା ଅଧିକ ସଂକ୍ରାମକ ହୋଇଥିବାରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରୁଛି ଓ ଅଧିକ ଲୋକ ମରୁଛନ୍ତି । କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଜନସ୍ବାସ୍ଥ୍ୟ ପ୍ରଫେସର ଆଣ୍ଡ୍ରୁ ନୟମର କହିଛନ୍ତି ଯେ, ଓମିକ୍ରନ୍ ଯୋଗୁ ଆମେରିକାରେ ଏକ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବ । ତେଣୁ କିପରି ମୃତ୍ୟୁସଂଖ୍ୟା କମାଇହେବ ତା’ ଉପରେ ଅଧିକ ଆଲୋଚନା ହେବା ଦରକାର ।

ଗବେଷକମାନେ ଏ ବିଷୟରେ ଏକମତ ଯେ ଓମିକ୍ରନ୍ ମୃଦୁତର ଏବଂ କେତେକ ଲୋକଙ୍କଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବା ବେଳେ କେତେକଙ୍କଠାରେ ଆଦୌ ଲକ୍ଷଣ ପ୍ରକାଶ ପାଉ ନାହିଁ । କିନ୍ତୁ ସାଧାରଣ ସର୍ଦ୍ଦି ରୋଗ ପରି ଏହା ମାରାତ୍ମକ ହୋଇପାରେ । ବିଶେଷତଃ ବୟୋବୃଦ୍ଧ, ଅନ୍ୟାନ୍ୟ ଗୁରୁତର ରୋଗ ଥିବା ବ୍ୟକ୍ତି ଏବଂ ଟିକା ନେଇ ନ ଥିବା ଲୋକଙ୍କ ପାଇଁ ଏହା ମାରାତ୍ମକ ହୋଇପାରେ । ଆମେରିକାରେ ଏପର୍ଯ୍ୟନ୍ତ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୮୭୮,୦୦୦ରେ ପହଞ୍ଚିବା ସହ ଏହା କୋଭିଡ୍‌-ମୃତ୍ୟୁରେ ବିଶ୍ବର ଏକ ନମ୍ବର ସ୍ଥାନ ଅଧିକାର କରିଛି । ଚଳିତ ସପ୍ତାହରେ ମୃତ୍ୟୁସଂଖ୍ୟା ଯେଉଁ ହାରରେ ବଢ଼ୁଛି, ତାହା ଆଉ କିଛିଦିନ ବା ସପ୍ତାହ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।