ପୁଣି କାୟା ମେଲାଇଲାଣି କରୋନା । ମୁମ୍ବାଇରେ ନୂଆ ଭାରିଆଣ୍ଟ । ମାସ୍କ ପିନ୍ଧିବାକୁ ସତର୍କ କଲେ ବିଶେଷଜ୍ଞ ।

ପୁଣି କାୟା ମେଲାଇଲାଣି କରୋନା । ମୁମ୍ବାଇରେ ନୂଆ ଭାରିଆଣ୍ଟ । ମାସ୍କ ପିନ୍ଧିବାକୁ ସତର୍କ କଲେ ବିଶେଷଜ୍ଞ ।

କନକ ବ୍ୟୁରୋ: ପୁଣିଥରେ ବଢିଛି କରୋନା ମାମଲା । ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ତେବେ ବଢୁଥିବା ସଂକ୍ରମଣକୁ ଦେଖି ସରକାର ଆଡଭାଇଜରି ମଧ୍ୟ ଜାରି କରିଛନ୍ତି । କୁହାଯାଉଛି ମୁମ୍ବାଇରେ ଗତ ତିନି ଦିନ ହେଲା ୧୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଆଉ ସେମାନଙ୍କ ଭିତରୁ ପାଖାପାଖି ପ୍ରତିଦିନ ୧୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।

ଶୁକ୍ରବାର ମହାରାଷ୍ଟ୍ରରେ ମୋଟ ୪୭୭ ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ କେବଳ ମୁମ୍ବାଇରୁ ହିଁ ୧୭୮ଟି ମାମଲା ଚିହ୍ନଟ ହୋଇଥିଲା । ମହାରାଷ୍ଟ୍ରରେ କୋଭିଡର ନୂଆ ଏକ୍ସବିବି ସବ୍-ଭାରିଆଣ୍ଟ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି । ଯାହାପରେ ଲୋକମାନେ ସତର୍କ ରହିବାକୁ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

ମିଡିଆ ରିପୋର୍ଟ ମୁତାବକ, ମୁମ୍ବାଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା କଥା, ଶୀତ ଦିନେ କୋଭିଡ୍ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ସମୟରେ ଇନଫ୍ଲୁଏଞ୍ଜା ଭଳି ରୋଗୀଙ୍କ ଉପରେ କଡା ନଜର ରଖାଯାଇଛି ଏବଂ ପ୍ରତିଟି ଲୋକଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି । ସାମାନ୍ୟ ଖାସ କିମ୍ବା ସର୍ଦ୍ଦି ହେଲେ ଲୋକଙ୍କୁ ଟେଷ୍ଟ କରାଇବାକୁ କୁହାଯାଇଥିବା ସୂଚନା ରହିଛି ।

ଏହି ନୂଆ ଭାରିଆଣ୍ଟର ଲକ୍ଷଣ ଅନ୍ୟ କୋଭିଡ୍ ଭାରିଆଣ୍ଟ ଭଳି । ଦେହ ହାତ ବିନ୍ଧା ହେବା ଏହି ଭାରିଆଣ୍ଟର ମୁଖ୍ୟ ଲକ୍ଷଣ ହୋଇଥିବାବେଳେ, ସର୍ଦ୍ଦି, ଖାସ ଆଦି ଏହି ସବ୍-ଭାରିଆଣ୍ଟର ଲକ୍ଷଣ । ତେବେ ମୁମ୍ବାଇ କୋଭିଡ୍ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ରାହୁଲ ପଣ୍ଡିତଙ୍କ କହିବା ଅନୁସାରେ, ଯେତେବେଳେ ନୂଆ ଭାରିଆଣ୍ଟ ଆସେ, ସେତେବେଳେ ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳିଥାଏ । ଲୋକଙ୍କୁ ସାବଧାନ ରହିବାକୁ ପଡିବ । ତା ସହିତ ଲୋକମାନେ ମାସ୍କ ପିନ୍ଧିବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe