କନକ ବ୍ୟୁରୋ : ମୁକ୍ତିଲାଭ ଅପେକ୍ଷାରେ ଥିବା ଓମଏମଜି ଟୁ ବିବାଦରେ ଫଶିଛି । ଫିଲ୍ମରେ ସ୍ଥାନ ପାଇଥିବା କିଛି ଦୃଶ୍ୟକୁ ନେଇ ଉଠିଛି ଆପତ୍ତି । ଟ୍ରେଲରର ଏକ ଦୃଶ୍ୟରେ ଅକ୍ଷୟ କୁମାରଙ୍କୁ ଶିବଙ୍କ ବେଶଭୁଷାରେ ଦେଖିବାକୁ ମିଳିଛି । ଚରିତ୍ର ସହ ଖାପ ଖୁଆଇ ଅକ୍ଷୟଙ୍କୁ ଏଭଳି ବେଶଭୂଷା ଦିଆଯାଇଛି ସତ କିନ୍ତୁ ବଜାରରେ ବୁଲି କଚୋରୀ କିିଣିବା ଦୃଶ୍ୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଉତରପ୍ରଦେଶ ଉଜ୍ଜେୟନ ମହାକାଳ ମନ୍ଦିରର ସାଧୁସନ୍ଥ । ଏନେଇ ‘ଓଏମଜି ଟୁ’ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଓ ସେନସରବୋର୍ଡକୁ ନୋଟିସ ପଠାଇଛି ମହାକାଳ ପୂଜା ସଂଘ ଓ ଅଖିଳଭାରତୀୟ ପୂଜା ସଂଘ ।
ଯଦି ରିଲିଜପୂର୍ବରୁ ବିବାଦୀୟ ଦୃଶ୍ୟକୂ ହଟାନଯାଏ ତେବେ ଏହାର ପ୍ରଦର୍ଶନ ଉପରେ ରୋକ ଲଗାଯିବାକୁ ଚେତାବନୀ ଦିଆଯାଇଛି । ଫିଲ୍ମରେ ସ୍ଥାନ ପାଇଥିବା ମହାକାଳ ମନ୍ଦିରର ଦୃଶ୍ୟକୁ ହଟାଇବାକୁ ମଧ୍ୟ ଦାବି ହେଉଛି । କେବଳ ସେତିକି ନୁହେଁ ଫିଲ୍ମର ନିର୍ଦ୍ଦେଶକଙ୍କ କ୍ଷମାପ୍ରାର୍ଥନା ମଧ୍ୟ ଦାବି କରାଯାଇଛି । ଏଭଳି ଆପତ୍ତିଜନ ଦୃଶ୍ୟ ଶିବଭମକ୍ତଙ୍କ ମନୋଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ତେବେ ବଲିଉଡ଼ ଓ ବିବାଦ ,କିଛି ନୂଆ କଥା ନୁହେଁ । ବହୁ ସିନେମା ମୁକ୍ତିଲାଭ ପୂର୍ବରୁ ବିବାଦ ଭିତରେ ଫଶିଥାନ୍ତି । ଏହି କ୍ରମରେ ଏବେ ମୁକ୍ତିଲାଭ ଅପେକ୍ଷାରେ ଥିବା ଓମଏମଜି ଟୁକ ନେଇ ଆରମ୍ଭ ହୋଇଛି ବିବାଦ ଓ ଚର୍ଚ୍ଚା । ଅକ୍ଷୟ କୁମାର ଅଭିନୀତ ସିନେମା ‘ଓ ମାଇଁ ଗଡ଼ର୍୍-ଟୁ’କୁ ନେଇ ବିବାଦ ଦେଖାଦେଇଛି । ସିନେମାଟି ଚଳିତ ମାସ ୧୧ ତାରିଖରେ ମୁକ୍ତିଲାଭ କରିବ ।