କ୍ଷୀରରେ ମିଶୁଛି ପାଣି

Advertisment
କ୍ଷୀରରେ ମିଶୁଛି ପାଣି

କ୍ଷୀର ଯୋଗାଣକୁ ନେଇ ଓମଫେଡ ଆଉ ଚାଷୀ ମୁହାଁମୁହିଁ । ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ ଠାରୁ ଆରମ୍ଭ କରି ସଂସ୍ଥାର ମନମୁଖୀ କାର୍ଯ୍ୟ ବିରୋଧରେ ଚାଲିଛି ଆନ୍ଦୋଳନ । ହେଲେ ଏହା ପଛରେ ବାସ୍ତବତା କିଛି ଅଲଗା । ଗୁଣାତ୍ମକ ମାନକୁ ଗୁରୁତ୍ୱ ଦେବାକୁ ଯାଇ ଓମଫେଡ କ୍ଷୀର ସଂଗ୍ରହ ମାନରେ ପରିବର୍ତନ କରିବା ପରେ ଜୋର ଧରିଛି ବିବାଦ । ସଂଘର ଯୁକ୍ତି, ଓମଫେଡ ଚାଷୀ ପେଟରେ ଲାତ ମାରୁଛି । ହେଲେ ପାଣି ମିଶା କ୍ଷୀର ସଂଗ୍ରହ କମାଇବା ଉପରେ ସଂସ୍ଥା ଜୋର ଦେବାରୁ ବିବାଦ ଆଗକୁ ବଢୁଥିବା କହିଛି ଓମଫେଡ ।

ସେପଟେ କିଭଳି ଆଉ କେଉଁ ସ୍ତରରେ କ୍ଷୀରରେ ମିଶୁଛି ପାଣି । ସୂଚନା ଅନୁସାରେ, କ୍ଷୀର ବ୍ୟବସାୟରେ ଅଣଚାଷୀ ପଶିଆସିବା ଫଳରେ ଗୁଣାତ୍ମକ ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତ୍ରୀସ୍ତରୀୟ ଏହି ବ୍ୟବସ୍ଥା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି ।

ହେଲେ ଏହା ଭିତରେ ଆସିଛି କିଛି ରୋଚକ ତଥ୍ୟ । ବାଲେଶ୍ୱରରେ ଚାଷୀ ଠାରୁ କ୍ଷୀର କିଣାଯିବା ବଦଳରେ ପଶ୍ଚିମବଙ୍ଗରୁ ଅଣାଯାଉଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଏନେଇ ଅନୁସନ୍ଧାନ ହୋଇଛି । ସୂଚନା ଅନୁସାରେ, ବାଲେଶ୍ୱରରେ ଥିବା ଏହି ସମିତିରେ ଅବାସ୍ତବ ଭାବେ ହଠାତ୍ କ୍ଷୀର ଉତ୍ପାଦନ ବଢିଯିବାରୁ ସ୍କାନରକୁ ଆସିଥିଲା ସଂସ୍ଥା ।ତେବେ କ୍ଷୀରର ଗୁଣାତ୍ମକ ଦିଗକୁ ଗୁରୁତ୍ୱ ଦେବାକୁ ଯାଇ ଓମଫେଡ ମାନ ଖରାପ ଥିବା କ୍ଷୀରକୁ ରିଜେକ୍ଟ କରୁଥିବା ନେଇ ଯୁକ୍ତି ବାଢିଛି ।

ସେପଟେ ଏହି ବିବାଦ ମୁଣ୍ଡ ଟେକିବା ପରେ ଗ୍ରାହକ ଆଉ ଦୋକାନୀ ମଧ୍ୟ କ୍ଷୀରର ଗୁଣାତ୍ମକ ମାନକୁ ନେଇ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe