ଦୁର୍ନୀତି ଯୋଗୁଁ ଚାଷୀଙ୍କ ଖାତାକୁ ଯାଉନି ଟଙ୍କା । ସାମ୍ନାକୁ ଆସିଲା ଓମଫେଡରେ ‘ସଫ୍ଟୱେୟାର’ ସ୍କାମ୍ । ୧ କୋଟି ୨୬ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ । 

197
କନକ ବ୍ୟୁରୋ: କ୍ଷୀରଚାଷୀଙ୍କୁ ଅନଲାଇନରେ ସିଧାସଳଖ ପେମେଂଟ୍ ଦେବା ପାଇଁ ଓମଫେଡ ପ୍ରାୟ ୭ବର୍ଷ ହେଲା ଚିନ୍ତାକଲାଣି । ଏତେ ବର୍ଷପରେ ବି ଅନଲାଇନ ପେମେଂଟ୍ ବ୍ୟବସ୍ଥା ଚାଲୁହେବାତ ଦୂରର କଥା ଏଥିପାଇଁ ଆବଶ୍ୟକ ସଫଟୱେୟାରସ୍ଥାପନ କରିବାକାମ ସଂପୂର୍ଣ୍ଣ ପଣ୍ଡ ହୋଇଛି ଓ ଅତିକମରେ ଚାଷୀଙ୍କର ୧ କୋଟି ୨୬ ଲକ୍ଷଟଙ୍କାବୁଡିଯାଇଛି । ଏଭଳି ବାଟମାରଣା ଓ ଷଡ଼ଯନ୍ତ୍ରରେ ସୃପୃକ୍ତ ୬ ଅଫିସରଙ୍କ ବିରୋଧରେ ଆଇନଗତକାର୍ଯ୍ୟାନୁଷ୍ଠାନ ନେବାକୁ୨୦୧୭ ମସିହାରେ ତତ୍କାଳୀନ ଏମ୍ଡ଼ି ବିଶାଲ ଗଗନ କାମ ଆରମ୍ଭ କରିଥିଲେସୁଦ୍ଧା ତଦନ୍ତ ଆଗଉନାହିଁ । ଅନ୍ୟପଟରେ ଦୁଗ୍ଧଚାଷୀ ନିଜ ପ୍ରାପ୍ୟ ଠିକ୍ ସମୟରେ ନ ପାଇ ମାସ ମାସ ଧରିଅଭାବରେ ରହୁଥିବା ଦେଖାଯାଉଛି ।…
ଦୁଗ୍ଧଚାଷୀକୁ ଠିକ୍ସମୟରେ ତାର ପ୍ରାପ୍ୟମିଳୁନାହିଁ । ଏଭଳି ସମସ୍ୟାରେ ଓଡ଼ିଶାର ଦୁଗ୍ଧଚାଷୀ ଛନ୍ଦିହୋଇ ରହିଥିବାବେଳେ ଗାଁରଚାଷୀ ଆକାଉଂଟକୁ ସିଧାସଳଖଟଙ୍କା ପଠାଇବାର ଉଦ୍ୟମ ଫେଲମାରିଛି । ପ୍ରତି କ୍ଷୀରଚାଷୀଙ୍କ ଆକାଉଂଟକୁ ସିିଧାସଳଖଟଙ୍କା ପଠାଇବା ସକାଶେ ଆବଶ୍ୟକ ସଫଟୱେର ସ୍ଥାପନ କରିବାଲାଗି ୨୦୧୬ରେ ଚନ୍ଦ୍ରଶେଖରପୁରର ଏକ ସଫଟୱେର ଫାର୍ମ “ଓଆସିସ ସଲ୍ୟୁସନ୍’’କୁ କାମ ଦିଆଗଲା । “ଓଆସିସ’କୁ ସବୁ ପ୍ରକାର ଅନୁଗ୍ରହ ଦେଖାଇଥିଲେ ଓମଫେଡର ପ୍ରାୟ ୬ଜଣ ବାବୁ ଓ ତାଙ୍କ ଉପର ଅଫିସର । ନିଲାମରେ ଆଇବିଏମ୍, ଟିସିଏସ୍ଭଳି ୧୫ଟି ବଡ଼କମ୍ପାନୀ ଭାଗନେଇଥିବାବେଳେ“ଓଆସିସ’’ ପ୍ରଥମେ ଅଯୋଗ୍ୟ ବିବେଚିତ ହୋଇଥିଲା । ତେବେ ଓଡ଼ିଶାକ୍ଷୁଦ୍ର ଶିଳ୍ପ ନିଗମଭଳି ଏକ ସରକାରୀ ନିଗମ ନାଁରେ “ଓଆସିସ’’କୁ୨୦୧୬ରେ ଗଳାବାଟରେ କାମଦେଇ ଦିଆଗଲା ।
୬ ମାସରେ କାମ ସାରିବାକୁଚୁକ୍ତି ହୋଇଥିବାବେଳେ ୩ ବର୍ଷ ପରେବି “ଓଆସିସ’’ ଏଦିଗରେ କିଛି କରିପାରିନବାରୁ୨୦.୦୨.୨୦୧୯ରେ  ଓମଫେଡ୍ବୋର୍ଡ ତାସହ ଚୁକ୍ତିବାତିଲକଲା । ଏଭଳି ଦୁର୍ନୀତି ଓ ଅପବ୍ୟୟକୁ ମତ୍ସ୍ୟ ଓ ପଶୁସଂପଦ ବିଭାଗର ଅଡିଟ୍ ଧରିବା ପୂର୍ବରୁ୨୦୧୭ରେ ତକ୍ରାଳୀନ ଏମଡିବିଶାଳ ଗଗନ ମଧ୍ୟ ଏହି ଦୁର୍ନୀତି ଧରିଥିଲେ । ଏଥିରେ ସଂପୃକ୍ତ  ଅର୍ଥ ବିଭାଗରଜିଏମ୍ ସମେତ ୬ ଜଣଙ୍କବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଓମଫେଡର ପରିଚାଳନାବୋର୍ଡ ମଧ୍ୟ ୨୦୧୯ ଫେବ୍ର୍ରୁଆରୀ ୨୦ ତାରିଖରେ ଅନୁମୋଦନ ଦେଇଥିଲା । ହେଲେ ତାର ପ୍ରାୟ ଦେଢ଼ବର୍ଷ ପରେ ବିଏପର୍ଯ୍ୟନ୍ତ କୌଣସି ଅଫିସରଙ୍କ ବିରୋଧରେକାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ।
“ଓଆସିସ’’ ଭଳି ଏକ ବ୍ୟୟବହୁଳ ସଫଟୱେରରେ ଚାଷୀଙ୍କ ପାଇଁ ପେମେଂଟ୍ ବ୍ୟବସ୍ଥା କରିଦେବ ବୋଲି ଚୁକ୍ତିକରିଥିଲା । ଏଥିରେ ବିଶେଷକିଛି କାମ ଆଗେଇ ପାରିଲା ନାହିଁ- ପ୍ରକଳ୍ପ ବିଫଳହେଲା । ଏହି କାରଣରୁ ଓମଫେଡର ପ୍ରାୟ ୧ କୋଟି ୨୬ ଲକ୍ଷ ଟଙ୍କା ବର୍ବାଦ ହୋଇଗଲା । ଏହାପରେଏବେ ଓମଫେଡ୍ ଓପନ୍ ସୋସ ର୍କ୍ଲାଉଡ-ବେସଡ ସଫଟେୱରରେ ଅଳ୍ପ ଖର୍ଚ୍ଚରେଏହିକାମକୁ ଆଗେଇନେବା ପାଇଁ ନିଷ୍ପତ୍ତି ନେଇଛି । ଏବେ ପ୍ରଶ୍ନଉଠୁଛି ଓମଫେଡର୧କୋଟି ୨୬ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ବର୍ବାଦ ହୋଇଥିବାବେଳେ ତାର ଭରଣା କାହିଁକି ଚାଷୀଙ୍କ ପଇସାରୁ କରାଯିବ ? ଗୁଜରାଟ ଭଳିରାଜ୍ୟରେ ଦୁଗ୍ଧଚାଷୀକୁ ପ୍ରତିଦିନ ତାର ପ୍ରାପ୍ୟବ୍ୟାଙ୍କ୍ ଆକାଉଂଟରେ ମିଳିଯାଉଥିବାବେଳେ ଆମରାଜ୍ୟରେଏହାହୋଇପାରିଲା ନାହିଁ କାହିଁକି?