କନକ ବ୍ୟୁରୋ : ବଢିପାରେ ଓମଫେଡ୍ କ୍ଷୀର ଦର । ଉଭୟ ଚାଷୀ ଓ ଖାଉଟିଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ । ଘରୋଇ ଦୁଗ୍ଧ ସଂସ୍ଥା ପୂର୍ବରୁ ଦରବୃଦ୍ଧି କରିସାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।
ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଗୋପାଳନ କ୍ଷେତ୍ରରେ ଚାଷୀକୂଳଙ୍କୁ କେଉଁଭଳି ଭାବେ ଶିକ୍ଷା ଦେଲେ, ସେମାନେ ଅଧିକରୁ ଅଧିକ ମନୋନିବେଶ କରିବେ, ଗୋପାଳନ କ୍ଷେତ୍ରରେ ଯତ୍ନବାନ ହେବେ ଏବଂ କମ୍ ଖର୍ଚ୍ଚରେ କିଭଳି ଅଧିକ ଦୁଗ୍ଧ ଉତ୍ପାଦନ ହେବ, ସେନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଆଉ ଏଥିରେ ଚାଷୀମାନେ ନିଜ ସମସ୍ୟା ବାବଦରେ ସ୍ପଷ୍ଟ ଭାବେ କହିଥିଲେ । ତେବେ ଚାଷୀମାନେ କିଭଳି ଲାଭ ପାଇବେ, ସେଦିଗରେ ରାଜ୍ୟ ସରକାର ଚିନ୍ତିତ ଥିବା କୃଷିମନ୍ତ୍ରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/ARUN.jpg)