ଧାରା ୩୭୦ ଉଚ୍ଛେଦ ବେଳେ ସରକାରଙ୍କ କରିଥିଲେ ସମର୍ଥନ, ଏବେ ବିରୋଧୀଙ୍କ ସହଯୋଗ କାହିଁକି ମାଗୁଛନ୍ତି?

346

କନକ ବ୍ୟୁରୋ: ନ୍ୟାସନାଲ କନଫରେନ୍ସ ନେତା ତଥା ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଡ ବୟାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସେ ଏହି ବୟାନ ଦେଇଛନ୍ତି । ସେ ପ୍ରଶ୍ନ କରିଛନ୍ତି, ଯେତେବେଳେ ଘାଟିରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା ସେତେବେଳେ କେଜ୍ରିୱାଲ କେଉଁଠି ଥିଲେ? ସେତେବେଳେ ସେ ସରକାରଙ୍କ ସହ ସ୍ୱର ମିଶାଇଥିଲେ । ଆଜି କାହିଁକି ଅଧ୍ୟାଦେଶ ଉପରେ ଅନ୍ୟ ବିରୋଧୀ ଦଳଙ୍କର ସମର୍ଥନ ମାଗୁଛନ୍ତି । ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଅଧ୍ୟାଦେଶ ବିରୋଧରେ ସମର୍ଥନ ଜୁଟାଇବା ପାଇଁ ବିଭିନ୍ନ ଦଳଙ୍କ ସମର୍ଥନ ଲୋଡୁଛନ୍ତି ।

ରଜୌରୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି, ଅରବିନ୍ଦ କେଜ୍ରିୱାଲ କେଉଁଠି ଥିଲେ ଯେତେବେଳେ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା ?  ସେତେବେଳେ ସେ ସରକାରଙ୍କ ସମର୍ଥନ କରିଥିଲେ । ଆଜି ସେ ଅନ୍ୟ ଦଳର ସମର୍ଥନ ମାଗୁଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଅଧ୍ୟାଦେଶକୁ ରଦ୍ଦ କରିବାକୁ ଚାହୁଁଛନ୍ତି । ଏଥିପାଇଁ ରାଜ୍ୟସଭାରେ ବହୁମତର ଆବଶ୍ୟକତା ରହିଛି । ଅରବିନ୍ଦ ସମର୍ଥନ ହାସଲ ପାଇଁ ବିଭିନ୍ନ ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ କରୁଛନ୍ତି ।