ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀ ଥିବା ଘାଟିର ରାଜନେତାଙ୍କ ଉପରୁ ହଟିବାକୁ ଯାଉଛି କଟକଣା । ତେବେ ଏଥିପାଇଁ ଆଉ ମାତ୍ର ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡିବ । ଏହି ପ୍ରକ୍ରିୟା ଧୀରେ ଧୀରେ ହେବ ବୋଲି ସୂଚନା ମିଳିଛି । ଧାରା ୩୭୦ ଉଚ୍ଛେଦ ଆଗରୁ ଘାଟିର ରାଜନୈତିକ ଦଳ ବିଶେଷ କରି ନ୍ୟାସନାଲ୍ କନଫରେନ୍ସ ନେତା ଓମାର ଅବଦୁଲା ଓ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରି ରଖାଯାଇଛି ।
ତାଙ୍କ ଉପରେ ଲାଗିଥିବା ଗୃହବନ୍ଦୀର କଟକଣାକୁ ପ୍ରତ୍ୟାହାର କରି ନିଆଯିବ ବୋଲି ଜମ୍ମୁ-କାଶ୍ମୀର ପ୍ରଶାସନ ସୂଚନା ଦେଇଛନ୍ତି । ତୃଣମୂଳ ସ୍ତରରେ ସ୍ଥିତି ସୁଧୁରିଗଲେ , ଧୀରେ ଧୀରେ ସମସ୍ତ କଟକଣା ପ୍ରତ୍ୟାହାର ସହିତ ନେତାଙ୍କ ଉପରେ ଲାଗିଥିବା କଟକଣା ହଟାଇ ନିଆଯିବ ବୋଲି କୁହାଯାଇଛି । ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପର ଠାରୁ ଘାଟିର ରାଜନୈତିକ ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ରାଜନୈତିକ ଦଳ ଘାଟିରେ ପରିସ୍ଥି୍ତିକୁ ବିଗାଡିବା ଆଶଙ୍କା କରି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି ।
Follow Us
/kanak/media/post_attachments/wp-content/uploads/2019/08/omar_abdullah_house_arrest_kashmir_1565109162_618x347-300x168.jpeg)