କନକ ବ୍ୟୁରୋ : ଖୋର୍ଦ୍ଧା ତାପଙ୍ଗ ଖଣି ପୋଖରୀରେ ବୁଡ଼ି ନିଖୋଜ ଥିବା ଛାତ୍ର ଓମ ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ୫ ଦିନ ପରେ ଓମଙ୍କ ମୃତଦହେ ମିଳିଛି । ଆଜି ସକାଳେ ମୃତଦେହ ଭାସୁଥିବା ଲୋକେ ଦେଖିବା ପରେ ଏହାକୁ ଉଦ୍ଧା କରାଯାଇଛି । ୫ ଦିନ ତଳେ ସେଲଫି ନେବା ସମୟରେ ଗୋଡ଼ ଖସିଯିବାରୁ ଦୁଇ ଜଣ ଯୁବକ ପାଣିରେ ବୁଡ଼ଇ ଯାଇଥିଲେ । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମ ପ୍ରକାଶ ନିଖୋଜ ଥିଲେ ।
ଅଗ୍ନିଶମ ବିଭାଗ, ଓଡ୍ରାଫ୍, ନାଭାଲ ଟିମ୍ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ପରେ କ୍ୟାମେରା ଓ ରୋବଟ୍ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା । ଆଜି ୫ ଦିନ ପରେ ଓମଙ୍କ ମୃତହେଦ ମିଳିଛି । ତାପଙ୍ଗର ଏହି ଖଣି ଅଞ୍ଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଛି । ତେଣୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି । ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ତଥାପି କିଛି ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ।