କ଼ନକ ବ୍ୟୁରୋ: ଲୋକସଭା ବାଚସ୍ପତି ନିଯୁକ୍ତି ପ୍ରସଙ୍ଗ ଏବେ ଚର୍ଚ୍ଚାରେ । କାରଣ କିଏ ହେବ ଲୋକସଭା ସ୍ପିକର ତାକୁ ନେଇ ଅଙ୍କ ଛିଡୁନଥିବାବେଳେ ଦ୍ୱିତୀୟ ପାଳି ମୋଦୀ ସରକାରଙ୍କ ସମୟରେ ବାଚସ୍ପତି ଥିବା ଓମ ବିର୍ଲାଙ୍କ ନାଁକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ତଥାପି ଏଥର ବାଚସ୍ପତି ପଦ ଏନଡିଏ କାହାକୁ ଦେବ ତାକୁ ଏବେବି ଅପେକ୍ଷା ।

Advertisment

ତେବେ ଗୃହ କାର୍ଯ୍ୟକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ସେ ଗୁରୁ ଦାୟିତ୍ୱ ବହନ କରୁଥିବା ବାଚସ୍ପତି ପଦ ବିଜେପି ରଖିବ ବୋଲି ପୂର୍ବରୂ ଚର୍ଚ୍ଚା ହୋଇଆସୁଛି । ଏହା ଭିତରେ ଆସୁଛି ଓମ୍ ବିର୍ଲାଙ୍କ ନାଁ । ଜଣେ ମିଷ୍ଟଭାଷୀ ନେତା ଭାବେ ବିରୋଧୀ ଦଳର ନେତାଙ୍କ ସହ ମଧ୍ୟ ତାଙ୍କର ସୁସମ୍ପର୍କ ରହିଛି । ଗୃହ ପ୍ରଶ୍ନକାଳକୁ କିପରି ଭଲଭାବେ ସମ୍ପନ୍ନ କରାଯିବ ତାହାର ସଠିକ୍ ଷ୍ଟ୍ରାଟେଜି ଜାଣିଛନ୍ତି ଓମ୍ ବିର୍ଲା । ତେଣୁ ତାଙ୍କ ନାଁ ସମ୍ଭାବ୍ୟ ସ୍ପିକର ତାଲିକାରେ ସବୁଠୁ ଆଗରେ ରହିଛି ।