କନକ ବ୍ୟୁରୋ: ହାରିଲେ ଇଣ୍ଡି ମେଣ୍ଟର ପ୍ରାର୍ଥୀ କେ. ସୁରେଶ ଏବଂ ଓମ ବିର୍ଲା ହେଲେ ଲୋକସଭା ବାଚସ୍ପତି । ୪୮ ବର୍ଷ ପରେ ବାଚସ୍ପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ମଧ୍ୟରେ ଲଢେଇ ହୋଇଥିଲା । ରାଜସ୍ଥାନ କୋଟାରୁ ୩ ଥର ସାଂସଦ ଓମ୍ ବିର୍ଲା ଶେଷରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । କେରଳର ମାଭେଲିକାରୁ ୮ ଥର ସାଂସଦ ଥିବା କଂଗ୍ରେସ ପ୍ରାର୍ଥୀ କୋଡିକୁନିଲ ସୁରେଶଙ୍କୁ ହାରିବାକୁ ପଡିଛି । ହେଲେ ଇଣ୍ଡି ମେଂଟ ସହ ବିବାଦ ସତ୍ୱେ ଟିଏମସି କେ ସୁରେଶଙ୍କୁ ସମର୍ଥନ କରିଛି ।
କାହିଁକି ହାରିଲେ କେ.ସୁରେଶ?
୫୪୨ ଲୋକସଭା ଆସନରୁ ଏନଡିଏ ପାଖରେ ୨୯୩ ଆସନ ଏବଂ ୱାଇଏସଆର କଂଗ୍ରେସ ଦଳର ୪ ସାଂସଦଙ୍କ ସମର୍ଥନ ରହିଥିଲା । ସେହିପରି ବିରୋଧୀଙ୍କ ପାଖରେ ୨୭୧ ସାଂସଦ ଙ୍କ ସମର୍ଥନ ଥିଲା । ଯେଉଁଥିରେ ଟିଏମସିର ୨୯ ସାଂସଦ ଏବଂ ୩ ସ୍ୱାଧୀନ ସାଂସଦ ସମର୍ଥନ ରହିଛି । ହେଲେ ଏମାନଙ୍କ ଭିତରୁ ୭ ସାଂସଦ ଶପଥ ନେଇନଥିବା ଜଣାପଡିଛି । ତେଣୁ ବାଚସ୍ପତି ନିର୍ବାଚନରେ ଏମାନେ ଭାଗ ନେଇପାରିନାହାନ୍ତି ।
ବିଧାୟକରୁ ବାଚସ୍ପତି ଓମ ବିର୍ଲା
- ବରିଷ୍ଠ ସାଂସଦ ଓମ ବିର୍ଲା ରାଜସ୍ଥାନ କୋଟାରୁ ସାଂସଦ ଅଛନ୍ତି
- ଲଗାତାର ତିନି ଥର ନିର୍ବାଚନ ଜିତି ଲୋକସଭାକୁ ଆସିଛନ୍ତି
- ୨୦୦୩ରୁ ୨୦୧୪ ଯାଏଁ ରାଜସ୍ଥାନ ବିଧାନସଭାରେ ବିଧାୟକ ଥିଲେ
- ୨୦୧୪ରେ ପ୍ରଥମଥର ପାଇଁ କୋଟାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ
୪୮ ବର୍ଷ ପରେ ଦେଶରେ ବାସସ୍ପତି ନିର୍ବାଚନ ହୋଇଛି । ଶେଷ ଥର ଲାଗି ୧୯୭୬ ମସିହାରେ ନିର୍ବାଚନ ହୋଇଥିଲା । ଏହାପରେ ସହମତି ଭିତିରେ ବାଚସ୍ପତି ନିର୍ବାଚନ ହୋଇ ଆସୁଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/Capture-79.jpg)