ଆଜି ଇଟାଲି ଗସ୍ତରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଜି-୨୦ ସଂସଦ ବୈଠକରେ ନେବେ ଭାଗ

102

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଇଟାଲି ଗସ୍ତରେ ଯାଇଛନ୍ତି । ସେଠାରେ ସେ ପହଂଚିବା ପରେ ଜି-୨୦ ଦେଶର ସଂସଦ ଅଧ୍ୟକ୍ଷ ସମ୍ମିଳୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ବୈଠକରେ ନେତୃତ୍ୱ କରିବେ ବୋଲି କୁହାଯାଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଏହି ବୈଠକରେ ଯୋଗ ଦେବାକୁ ଭାରତୀୟ ଦଳ ବାହାରିଛନ୍ତି । ଏହି ଟିମରେ ରାଜ୍ୟସଭାର ଉପସଭାପତି ହରିବଂଶ ବି ସାମିଲ ଅଛନ୍ତି । ଏହି ବୈଠକରେ କିଛି ବିଷୟ ଉପରେ ଓମ୍ ବିର୍ଲା ଭାରତର ପକ୍ଷ ରଖିବେ । ଏହା ସହ ଅନ୍ୟ ଦେଶର ସଂସଦ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ସମସ୍ୟା ନେଇ ଓମ୍ ବିର୍ଲା ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ଇଟାଲି ପହଂଚିବା ପରେ ଓମ୍ ବିର୍ଲା ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ, ଜର୍ମାନୀ, ଋଷ, ଇଟାଲି ଓ ଇଣ୍ଡୋନେସିଆ ସଂସଦର ବାଚସ୍ପତିଙ୍କ ସହ ଆଲୋଚନା ହେବ । ଅନ୍ୟପଟେ ଅର୍ନ୍ତରାଷ୍ଟ୍ରୀୟ ସଂସଦୀୟ ସଂଘର ଅଧ୍ୟକ୍ଷ ଦୁଆରତେ ପଚେକୋଙ୍କ ସହ ବି ଓମ୍ ବିର୍ଲା ଆଲୋଚନା କରିବେ ବୋଲି କୁହାଯାଇଛି । କୁହାଯାଇଛି କି ଆତଙ୍କବାଦ ଓ ଦ୍ୱିପାକ୍ଷୀକ ସମ୍ବନ୍ଧ ବ୍ୟତୀତ ସଂସଦୀୟ କାର୍ଯ୍ୟ ଉପରେ ବି ଆଲୋଚନା ହୋଇପାରେ ।

ଇଟାଲିରେ ଆୟୋଜିତ ହେବାକୁ ଥିବା ଏହି ବୈଠକର ମୁଖ୍ୟ ବିଷୟ ରହିଛି ‘ଲୋକ ଏବଂ ବିଶ୍ୱର କଲ୍ୟାଣ ଓ ସମୃଦ୍ଧି ପାଇଁ ସଂସଦ’ । ଏହାସହ ଦ୍ୱିତୀୟ ପର୍ଯ୍ୟାୟରେ ସାମାଜିକ ଓ ପର୍ଯ୍ୟାବରଣ ଉପରେ ଆର୍ଥିକ ବୃଦ୍ଧିକୁ ପୂୁର୍ନଜୀବୀତ କରିବା ଉପରେ ଆଲୋଚନା ହୋଇପାରେ ।