ତୀବ୍ର ହେଉଛି କଳାକାରଙ୍କ କଳି । ପଶ୍ଚିମ ବନାମ ପୂର୍ବ ଓଡି଼ଶା!

136

କନକ ବ୍ୟୁରୋ : ବାବୁସାନଙ୍କ ଅଭିନୀତ ମାଲ୍ୟଗିରି ଫିଲ୍ମର ପୋଷ୍ଟରକୁ ଚିରିବା ଓ ପୋଡିବାର ଚିତ୍ର ବଲାଙ୍ଗିରରୁ ସାମ୍ନାକୁ ଆସିଛି । କଂଟାବାଂଜି ଆଲିସାନ ସିନେମା ହଲରେ ଓଡିଆ ଫିଲ୍ମ ରିଲିଜ୍ କରାଇ ନଦେବାକୁ ଧମକ ଦେଇଛି କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଏଥିସହ ଫିଲ୍ମ ହଲ ବାହାରେ ନୂଆ ଫିଲ୍ମ ମାଲ୍ୟଗିରିର ଯେଉଁ ପୋଷ୍ଟର ଲାଗିଥିଲା ତାକୁ ଚିରି ଦିଆଯାଇଛି ।  ସାରା ପଶ୍ଚିମ ଓଡିଶାରେ ଓଡିଆ ଫିଲ୍ମକୁ ବୟକଟ୍ କରିବାକୁ ମୋର୍ଚ୍ଚା ଚେତାବନୀ ଦେଇଛି । ମାଇଣ୍ଡ ଗେମ୍ ଚଳଚ୍ଚିିତ୍ର ସଫଳ ହେବା ପରେ ଏହାକୁ ସହିନପାରି ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଂଘ ବ୍ୟାନ କରିଥିବା ଅଭିଯୋଗ କରିଛି ମୋର୍ଚ୍ଚା । ମନୋଜଙ୍କ ସମର୍ଥନରେ ନାରାବାଜି କରିବା ସହ, ତୁରନ୍ତ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିିଛି ।

ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ମନୋଜ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ଅନୁଭବ ମହାନ୍ତି । ରାମ ଫିଲ୍ମକୁ ସମ୍ବଲପୁରରେ ମନୋଜ ମିଶ୍ର ରିଲିଜ କରାଇ ଦେଉନଥିବା ଅନୁଭବ କହିଥିଲେ । ଗୋଟିଏ ଫିଲ୍ମକୁ ରିଲିଜ କରାଇନଦେଇ ପଶ୍ଚିମ ଓ ପୂର୍ବ ଓଡିଶାକୁ ଭାଗଭାଗ କରୁଥିବା ସାଂଘାତିକ ଅଭିଯୋଗ ଆଣିଥିଲେ । ଏପରିକି ଅରିନ୍ଦମ ବାବୁସାନ ଓ ତାଙ୍କ ଭିତରେ ବିବାଦ ସୃଷ୍ଟି କରିବାକୁ ମନୋଜ ପ୍ରୟାସ କରୁଥିବା କହିଥିଲେ । ମୋନଜ ଭିଡିଓ… ପରେ ବୁଧବାର ମନୋଜ ମଧ୍ୟ ସେହି ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଅନୁଭବଙ୍କ ସମସ୍ତ ଅଭିଯୋଗର ଉତର ରଖିଥିଲେ । ଏକାଠି ମିଶି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଉନ୍ନତି ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ବଲପୁରରେ ରାମ ଫିଲ୍ମର ବାଟ ସେ କାହିଁକି ଓଗାଳିବେ ବୋଲି ସଫେଇ ଦେଇଥିଲେ ।

ଅଭିଯୋଗ ଅନୁସାରେ ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ରାମ ଫିଲ୍ମକୁ ହଲରେ ରିଲିଜ କରାଇ ଦେଇନାହାନ୍ତି ।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହିି ଭିଡିଓକୁ ଦେଖନ୍ତୁ । ଏଥିରେ କିଛି ଲୋକ ରାମ ଫିଲ୍ମ ସହ ଜିତୁ ମଙ୍ଗରାଜଙ୍କୁ ବୟକଟ୍ କରିବା ପାଇଁ ପୋଷ୍ଟର ଧରିଥିବା ଦେଖିବାକୁ ମିଳୁଛି । ଏମାନଙ୍କୁ ମନୋଜଙ୍କ ସମର୍ଥକ କୁହାଯାଉଥିବାବେଳେ ଏଭଲି ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଆସୁଛନ୍ତି ମନୋଜ ମିଶ୍ର ।