କନକ ବ୍ୟୁରୋ : ପୁଣି ବିଶ୍ୱ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ଉପରେ ଆଶଙ୍କାର କଳା ବାଦଲ । ଗତ ମାର୍ଚ୍ଚ ମାସରୁ ସାରାବିଶ୍ୱରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଏହି ଆଶଙ୍କା ପ୍ରକାଶ ପାଇଛି । ବିଶେଷ କରି ସଂକ୍ରମଣ ଭୟରେ ଉତର କୋରିଆ ପ୍ରଥମ ଦେଶ ଭାବେ ଅଲିମ୍ପିକ୍ସରେ ଭାଗ ନେବନାହିଁ ବୋଲି କହିବା ପରେ ଏହି ଆଶଙ୍କା ବଢିଯାଇଛି । ଯାହା ଆଗାମୀ ଦିନରେ ଅନ୍ୟ ଦେଶଗୁଡିକୁ ପ୍ରଭାବିତ କରିପାରେ ।

Advertisment

ଟୋକିଓ ଅଲିମ୍ପିକ୍ସ ଗତବର୍ଷ ଜୁଲାଇ ୨୪ରୁ ଆରମ୍ଭ ହେବାର ଥିଲା । ହେଲେ ଗତବର୍ଷ ମଧ୍ୟ ମାର୍ଚ୍ଚ ମାସରୁ ସାରାବିଶ୍ୱରେ କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଲା । ଏପ୍ରିଲ ଓ ମେ’ ମାସ ବେଳକୁ ସ୍ଥିତି ଅଭିକ ଭୟାବହ ହୋଇପଡିଥିଲା । ସେତେବେଳେ କାନାଡା ଓ ଅଷ୍ଟ୍ରେଲିଆ ଅଲିମ୍ପିକ୍ସରୁ ଓହରି ଯିବାରୁ ୨୦୨୧ରେ ଏହାର ଆୟୋଜନ ପାଇଁ ସ୍ଥିର ହୋଇଥିଲା ।