କନକ ବ୍ୟୁରୋ : ଓଡ଼ିଆ ଜାଭଲିନ୍ ଖେଳାଳି କିଶୋର ଜେନାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ଗେମ୍ସ ଟିକେଟ୍। ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ୨୮ ଜଣିଆ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲଟିକ୍ ଟିମର ଘୋଷଣା କରିଛି। ଏହି ଟିମରେ ସ୍ଥାନ ପାଇଛନ୍ତି କିଶୋର। ଅଲିମ୍ପିକ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଏହି ଟିମରେ ସ୍ଥାନ ପାଇଛନ୍ତି। ୨୮ ଜଣିଆ ଦଳରେ ୧୧ ଜଣ ମହିଳା ଆଥଲେଟ୍ ଅଛନ୍ତି। ଜୁଲାଇ ୨୬ରୁ ପ୍ୟାରିସ୍ ଅଲିମ୍ପିକ୍ସ ଗେମ୍ସ ଖେଳାଯିବ। ଟ୍ରାକ୍ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଅଗଷ୍ଟ ୧ରୁ ଅଗଷ୍ଟ ୧୧ ଯାଏଁ ଚାଲିବ।
ଓଡିଆ ପୁଅ କିଶୋର ଜେନାଙ୍କୁ ଅଲିମ୍ପିକ୍ସ ଟିକେଟ୍ । ୨୮ ଜଣିଆ ଦଳରେ ସ୍ଥାନ ପାଇଲେ ଓଡିଆ ଜାଭଲିନ୍ ଖେଳାଳି କିଶୋର ଜେନା ।
Advertisment
Follow Us