ଅଲମ୍ପିକ ବିଜେତା ସୁଶୀଲ କୁମାର ଗିରଫ । ହତ୍ୟା ମାମଲାରେ ଥିଲେ ଫେରାର, ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ । 

269

କନକ ବ୍ୟୁରୋ : ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର ଗିରଫ । ଏକ ହତ୍ୟା ମାମଲାରେ ଫେରାର ଥିବା ସୁଶୀଲ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମିଳିଥିବା ସୂଚନା ମୁତାବକ ସୁଶୀଲ ଓ ତାଙ୍କ ସାଥୀଙ୍କୁ ଗିରଫ କରାଯାଇଛି । ଦୁଇ ଜଣ କାର ଛାଡି ସ୍କୁଟିରେ କାହାକୁ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ଗିରଫ କରଯାଇଛି ।

ଏକ ହତ୍ୟା ମାମଲାରେ ଫେରାର ଥିବା ସୁଶୀଲ କୁମାରଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ରାଜ୍ୟରେ ଚଢାଉ କରିଥିଲା । କିନ୍ତୁ ପ୍ରତିଥର ପୋଲିସକୁ ଚକମା ଦେଇ ଖସି ଯାଉଥିଲେ ସୁଶୀଲ । ଫେରାର ଥିବା ସମୟରେ ଭିନ୍ନ ଭିନ୍ନ ନମ୍ବରରେ ନିଜ ସର୍ମ୍ପକୀୟଙ୍କ ସହ ଯୋଗାଯୋଗରେ ରହୁଥିଲେ ସୁଶୀଲ । ବାରମ୍ବାର ଖୋଜିବା ପରେ ମଧ୍ୟ ତାଙ୍କର ପତ୍ତା ମିଳୁନଥିଲା । ଏପରିକି ସୁଶୀଲଙ୍କ ବାବଦରେ ଖବର ଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବାକୁ ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା ।  ଶେଷରେ ଦିଲ୍ଲୀର ସ୍ପେଶାଲ ଟିମ୍ ତାଙ୍କୁ ଗିରଫ କରିଛି । ସୁଶୀଲ କୁମାର ୨୦୦୮ ଓ ୨୦୧୨ ଅଲମ୍ପିକରେ ଭାରତ ପାଇଁ ପଦକ ଜିତିଛନ୍ତି ।