କନକ ବ୍ୟୁରୋ: ଆଗାମୀ ଏସିଆନ୍ ଗେମ୍ସରେ ଭାଗ ନେଇପାରିବେନି ଅଲମ୍ପିକ ରୌପ୍ୟ ପଦକ ବିଜେତା ରେସଲର ରବି ଦହିୟା । ରବିବାର ଇନ୍ଦିରା ଗାନ୍ଧୀ ଷ୍ଟାୟିୟମରେ ଆୟୋଜିତ ୫୭ କେଜି ବର୍ଗର ଟ୍ରାଏଲ୍ସରେ ରବି ଦହିୟା ପରାଜିତ ହେବା ସହିତ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି । ମହାରାଷ୍ଟ୍ରର ଖେଳାଳି ଅତିଶ ତୋଡକର ତାଙ୍କୁ ୨୦-୮ରେ ହରାଇଦେଇଛନ୍ତି । ଏଥିସହିତ ଆଗାମୀ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି ଏହି ଅଲମ୍ପିକ ରୌପ୍ୟ ପଦକ ବିଜେତା ।

Advertisment

ରବି ଦହିୟା ଏବଂ ଅତିଶଙ୍କ ଭିତରେ ରବିବାର ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ହେଲେ ଶେଷରେ କିନ୍ତୁ ଅତିଶ ତୋଡକର, ଦହିୟାଙ୍କୁ ପରାଜିତ କରିଦେଇଥିଲେ ।

ଜାଣିରଖିବା ଉଚିତ୍ ଯେ, ରବି ଦହିୟା ହେଉଛନ୍ତି ସେହି ଖେଳାଳି ଯିଏକି ୨୦୧୫ ଜୁନିୟର ରେସଲିଂ ଚାମ୍ପିୟନସିପରେ ରୌପ୍ୟ ପଦକ ଜିତିଥିଲେ । ଏହାପରେ ଆହତ ଜନିତ କାରଣ ହେତୁ ସେ କିଛି ମାସ ଧରି ଖେଳଠାରୁ ଦୂରରେ ରହିଥିଲେ । ତେବେ ପୁଣିଥରେ ସେ ଯେତେବେଳେ କମବ୍ୟାକ୍ କରିଥିଲେ, ସେତେବେଳେ ୨୦୧୮ ଅଣ୍ଡର-୨୩ ରେସଲିଂ ଚାମ୍ପିୟନସରେ ସେ ରୌପ୍ୟ ପଦକ ଜିତିଥିଲେ । ଖାଲି ସେତିକି ନୁହେଁ ୨୦୧୯ ପ୍ରୋ-ରେସଲିଂ ଲିଗରେ ମଧ୍ୟ ସେ ଅପରାଜିତ ରହିବା ସହିତ ନିଜ ଟିମକୁ ଟାଇଟଲ ଜିତାଇଥିଲେ ।

ରବି ଦହିୟା ଗତ ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିଲେ । ଏହାବାଦ୍ ୨୦୧୯ ବିଶ୍ୱ ଚାମ୍ପିୟନସିପରେ ମଧ୍ୟ ସେ ବ୍ରୋଞ୍ଜ ମେଡାଲ ନିଜ ନାଁରେ କରିଥିଲେ । ହେଲେ ଏଥର କିନ୍ତୁ ଏହି ରେସଲର ଜଣକ ଏସିଆନ୍ ଗେମ୍ସରେ ନଜର ଆସିବେନି ।