ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି । ହଠାତ କ୍ୟାବିନେଟ୍ ଡାକି ସଂସଦ ଭଙ୍ଗ କରିବାକୁ ଘୋଷଣା

269

କନକ ବ୍ୟୁରୋ : ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରବିବାର ହଠାତ୍ କ୍ୟାବିନେଟ୍ ବୈଠକ ଡାକି ସଂସଦ ଭଙ୍ଗ କରିବାକୁ ଘୋଷଣା କରିଛନ୍ତି । ଏନେଇ କ୍ୟାବିନେଟ୍ ର ସୁପାରିଶକୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡିଛି ।ନେପାଳର ଶକ୍ତି ମନ୍ତ୍ରୀ ବର୍ଷମାନ ପୁନ୍ ଙ୍କ କହିବା ମୁତାବକ ପ୍ରଧାନମନ୍ତ୍ରୀ କେ,ପି ଶର୍ମା ଓଲି ହଠାତ ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡାକିଥିଲେ । ଏହି ବୈଠକରେ ପ୍ରଥମେ ସେ ସଂସଦ ଭଙ୍ଗ କରିବାକୁ ପ୍ରସ୍ତାବ ରଖିଥିଲେ । ଏହାପରେ ଏହି ପ୍ରସ୍ତାବକୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଏନେଇ ନେପାଳ କମ୍ୟୁନିଷ୍ଟ ପାର୍ଟିର ପ୍ରବକ୍ତା ନାରାୟଣଜୀ ଶ୍ରେଷ୍ଠ କହିଛନ୍ତି କି ଏଭଳି ନିଷ୍ପତ୍ତି ହଠାତ୍ ନିଆଯାଇଛି, କାରଣ ଆଜିର କ୍ୟାବିନେଟ୍ ବୈଠକରେ ସମସ୍ତ ମନ୍ତ୍ରୀ ମାନେ ଉପସ୍ଥିତ ନଥିଲେ । ଏହା ଲୋକତାନ୍ତ୍ରିକ ମାନଦଣ୍ଡର ବିରୋଧାଚରଣ ଓ ଏଭଳି ନିଷ୍ପତ୍ତି ଦେଶକୂୁ ଅନେକ ପଛକୁ ଫେରାଇ ନେବ ଓ ଏହାକୁ ରାଷ୍ଟ୍ରପତି ଗ୍ରହଣ ନକରିବା ଉଚିତ୍ ବୋଲି ସେ କହିଛନ୍ତି ।

ନେପାଳରେ ଏଭଳି ରାଜନୈତିକ ଘଟଣାକ୍ରମ ସେତେବେଳେ ଦେଖା ଦେଇଛି ଯେତେବେଳେ ନେପାଳ କଂଗ୍ରେସ ଅଭିଯୋଗ ଆଣିଥିଲା କି ଓଲି ସରକାର ଖୋଲା ଖୋଲି ଭାବେ ରାଜତନ୍ତ୍ରରେ ବିଶ୍ୱାସ କରୁଥିବା ଲୋକଙ୍କୁ ଖୋଲା ଖୋଲି ସମର୍ଥନ କରୁଛନ୍ତି ।

ନେପାଳର ମୁଖ୍ୟ ବିରୋଧିଦଳ ନେପାଳୀ କଂଗ୍ରେସ ଅଭିଯୋଗ ଆଣିଥିଲା କି ଓଲି ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ଥିବା ରାଜତନ୍ତ୍ର ସମର୍ଥକ ମାନଙ୍କ ରାଲିକୁ ଯୋଜନାବଦ୍ଧ ଭାବେ ସମର୍ଥନ କରୁଛନ୍ତି । ଯେଉଁ ରାଲିରେ କି ଦେଶର ଗଣତନ୍ତ୍ର ବ୍ୟବସ୍ଥାକୁ ଭଙ୍ଗକରି ପୁଣି ରାଜତନ୍ତ୍ର ବ୍ୟବସ୍ଥା ଲାଗୁ କରିବା ଓ ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି ହେଉଛି ।

କହିରଖୁ କି ଭାରତ-ଚୀନ ବିବାଦକୁ ନେଇ ଭାରତ ବିରୋଧରେ ନେପାଳ ସରକାର ନେଉଥିବା କଡା ଅଭିମୂୁଖ୍ୟକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳ ମାଓବାଦୀ ପାର୍ଟିର ମୁଖ୍ୟ ରୂଦ୍ରବାହାଲ ପ୍ରଚଣ୍ଡଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହାକୁ ନେଇ ଗୋଟିଏ ଗୋଷ୍ଠୀ ବାରମ୍ବାର ଓଲିଙ୍କ ବିରୋଧରେ ରାଲି କରୁଥିଲେ ।