କନକ ବ୍ୟୁରୋ : ପୁଣି ଓଲିଉଡରେ କାଷ୍ଟିଂ କାଉଚ୍ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଆଉ ଜଣେ ଅଭିନେତ୍ରୀ । ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ସିରିଏଲରେ କାମ ଦେବାକୁ କମ୍ପ୍ରୋମାଇଜ ସର୍ତ୍ତ ରଖାଯାଇଥିଲା । ମୋତେ କମ୍ପ୍ରୋମାଇଜ କରିବାକୁ କୁହାଯାଇଥିଲା । କମ୍ପ୍ରୋମାଇଜ ନକରିବାରୁ ମୋତେ ବାଦ୍ ଦିଆଗଲା । ଯିଏ ଅଭିନେତ୍ରୀଙ୍କୁ ଅଫର କରୁଛନ୍ତି ସିଏ ଦାୟୀ । ଯିଏ ଅଭିନୟ ପାଇଁ ଏହାକୁ ଗ୍ରହଣ କରୁଛି ସିଏ ବି ଦାୟୀ ।

Advertisment

ଖାଲି ସେତିକି ନୁହେଁ ଝିଅ ପରି ପୁଅ ବି କାଷ୍ଟିଂ କାଉଚର ଶିକାର ହେଉଛନ୍ତି । ପୁଅମାନଙ୍କୁ ଅଧିକ ଭାବେ ହାରାସ କରାଯାଉଛି । ପୂର୍ବରୁ କାଷ୍ଟିଂ କାଉଚ୍ ସମ୍ପର୍କରେ କେହି କହୁନଥିଲେ । ଏବେ ପରିବାର ସାଥ୍ ଦେଉଥିବାରୁ ସାମ୍ନାକୁ ଆସୁଛି । ସବୁଠାରୁ ବଡ କଥା ହେଉଛି, ଅସଦାଚରଣ ପାଇଁ ସେ ଜଣେ ପ୍ରଯୋଜକଙ୍କୁ ମାଡ ମାରିଥିବା କଥା ବି କହିଛନ୍ତି । ତେବେ ଏହା ପୂର୍ବରୁ ୩ ଅଭିନେତ୍ରୀ ସମାନ ଅଭିଯୋଗ ଆଣିଥିଲେ ।