ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ତପୁଙ୍କ ଦେହାନ୍ତ 

798

କନକ ବ୍ୟୁରୋ: ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର  ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ରାତି ୧୧ଟାରେ ତପୁ ମିଶ୍ରଙ୍କ ପରଲୋକ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ତପୁ ମିଶ୍ର କରୋନ ଆକ୍ରାନ୍ତ ହୋଇଥିଲେ । ପରେ କରୋନା ପରବର୍ତ୍ତୀ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ । ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ତପୁ ମିଶ୍ରଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ଅନେକ ସୁପରହିଟ ଓଡିଆ ଫିଲ୍ମରେ ତପୁ ମିଶ୍ର କଣ୍ଠଦାନ କରିଥିଲେ । ଆଇ ଲଭ ୟୁ, ଚକୋଲେଟ ଭଳି ଓଡିଆ ଫିଲ୍ମରେ ସେ କଣ୍ଠଦାନ କରିଥିଲେ । ନିଜର ସୁପରହିଟ ଗୀତ ପାଇଁ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ ।