ରୂପେଲି ପରଦାର ଷ୍ଟାର ଏବେ ଗାଁ ଦାଣ୍ଡରେ ! ଷ୍ଟାରଙ୍କ ପ୍ରଚାରରେ ଦୁଲୁକୁଛି ବିଜେପୁର, କଂଗ୍ରେସର ହେଭିୱେଟଙ୍କୁ ଏକାଠି କଲେ ପ୍ରଣୟ

Advertisment
ରୂପେଲି ପରଦାର ଷ୍ଟାର ଏବେ ଗାଁ ଦାଣ୍ଡରେ ! ଷ୍ଟାରଙ୍କ ପ୍ରଚାରରେ ଦୁଲୁକୁଛି ବିଜେପୁର, କଂଗ୍ରେସର ହେଭିୱେଟଙ୍କୁ ଏକାଠି କଲେ ପ୍ରଣୟ

କନକ ବ୍ୟୁରୋ : ବିଜେପୁରରେ ଚାଲିଛି ହାଇଭୋଲଟେଜ୍ କ୍ୟାମ୍ପେନ୍ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଛୁଟିଛି ମାଳ ମାଳ ନେତାଙ୍କ ସୁଅ । ଆଜି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଧ୍ୱୀ ନିରଂଜନ ଜ୍ୟୋତି । ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏପଟେ ବିଜେଡି ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ଷ୍ଟାର ସେଲିବ୍ରିଟି ଅନୁଭବ ମହାନ୍ତି । ନେତାଙ୍କ ରାଜନୈତିକ ଆରୋପ-ପ୍ରତ୍ୟାରୋପ ମଧ୍ୟରେ ରୋମାଂଚ ଭରୁଛି ସେଲିବ୍ରିଟିଙ୍କ ନିଆରା ପ୍ରଚାର ଅନ୍ଦାଜ ।

bijepurପ୍ରଚାର ମୈଦାନରେ ପିଙ୍କି ପ୍ରଧାନ । କାଖରେ ପାଣି ମାଠିଆ, ତୁଣ୍ଡରେ ମୋଦି ସରକାରଙ୍କ ଗୁଣଗାନ । ପାଣି ମାଠିଆ ଧରି ଗାଁକୁ ଗାଁ ବାହାରିଛି ପଦଯାତ୍ରା । ଆଉ ପଦଯାତ୍ରାରେ ବଖାଣିଚାଲିଛନ୍ତି ଓଡିଶାର ସ୍ଥିତି ।ଅନ୍ୟପଟେ ମଂଚ ଉପରେ ଫିଲ୍ମ ଷ୍ଟାଇଲରେ ଚାଲିଛି ପ୍ରଚାର । ଓଲିଉଡର ମାଣିକ, ଚୁମକି ଓ ଲାଲପାନବିବି, ପରଦାରୁ ବାହାରି ଲୋକଙ୍କ ପାଖରେ ପହଁଚିଛନ୍ତି । ଆଉ ଭଲପାଇବା ସ୍ୱରୁପ ମାଗିଛନ୍ତି ବିଜେପୁର ବାସୀଙ୍କ ଭୋଟ୍ । ବିଜେପିର ଏହି ଦୁଇ ଷ୍ଟାର ସେଲିବ୍ରିଟିଙ୍କ ସହ ପ୍ରଚାର ମୈଦାନକୁ ସରଗରମ କରିଛି ଓଲିଉଡ୍ ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ କ୍ୟାମ୍ପେନ ।ଅନୁଭବ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିବା ସହ ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଜନସାଧରଣଙ୍କ ନିକଟରେ ବଖାଣିଛନ୍ତି । ସିନେ ପରଦାରେ ଏକାଠି ଅଭିନୟ ,ହେଲେ ପ୍ରଚାର ମୈଦାନରେ ଏମାନେ ସାଜିଛନ୍ତି ବିରୋଧୀ ।

bijepur (4)ଗୋଟିଏ ପଟେ ଷ୍ଟାର କ୍ୟାମ୍ପେନର ଅନ୍ୟପଟେ କେନ୍ଦ୍ରୀୟ ନେତା । ରୋଡ୍ ସୋ , ନିର୍ବାଚନୀ ସଭା ଓ ପ୍ରଚାରରେ ଫାଟିପଡୁଛି ବିଜେପୁର । ଲଗାତର ତୃତୀୟ ଥର ପାଇଁ ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଗାଇସିଲଟ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଂଜନ ଜ୍ୟୋତି । ବିଜେପିର ଲୋକପ୍ରିୟତା ଦେଖି ବିଜେଡି ଏବେ ଟଙ୍କା ଦେଇ ଭୋଟ କିଣିବାକୁ ଚେଷ୍ଟା କରୁଛି । ଏପରିକି ବିଜେପି କର୍ମୀଙ୍କ ଘର ଉପରକୁ ମଧ୍ୟ ଟେକା ପଥର ପକାଇ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବିଜେପୁର ବାସୀ ପରିବର୍ତ୍ତନ ଆଡକୁ ମନ ବଳାଇ ସାରିଲେଣି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଗୋଟିଏ ପଟେ ପ୍ରଚାର ଚାଲିଥିବା ବେଳେ ଅନ୍ୟପଟେ ବିଜେପୁରରେ ଚାଲିଥିଲା ବିଜେପିର ମିଶ୍ରଣ ପର୍ବ । ଶଙ୍ଖ ଛାଡି ପଦ୍ମ ଧରିଛନ୍ତି ପୂର୍ବତନ ବିଜେଡି ନେତା ସନତ ଗଡତିଆ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପ୍ରାୟ ୫ଶହ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ସନତ । ଉପନିର୍ବାଚନ ପାଇଁ ବିଜେପୁରରେ ପ୍ରଚାର ଜୋରଦାର ହେଉଥିବା ବେଳେ ମିଶ୍ରଣ ପର୍ବ କରି ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛି ବିଜେପି । ନରେନ୍ଦ୍ର ମୋଦିଙ୍କ ଆଦର୍ଶକୁ ଅନୁସରଣ କରି ସନତ ଓ ତାଙ୍କ ସମର୍ଥକ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

bijepur 2ଏସବୁ ଭିତରେ କଂଗ୍ରେସକୁ ଏକାଠି କରିଛି ବିଜେପୁର । ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ଏକଜୁଟ୍ ହୋଇଛନ୍ତି ସବୁ ତୁଙ୍ଗ ନେତା । କଂଗ୍ରେସ ଶିବିରରେ ଷ୍ଟାର ପ୍ରଚାରକଙ୍କ ଭିଡ ଦେଖିବାକୁ ମିଳୁନଥିଲେ ମଧ୍ୟ ଦଳର ହେଭିୱେଟ ନେତା ମାନେ ବିଜେପୁର ଗଡ ଜିତିବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଶୁକ୍ରବାର ପ୍ରଣୟଙ୍କ ପାଇଁ ପ୍ରଚାର କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଯାହା କଂଗ୍ରେସ ପାଇଁ ଏକ ବଡ ଆଶ୍ୱସ୍ତି ।ଉପନିର୍ବାଚନକୁ ଆଉ ୬ ଦିନ । ବିଜେପୁରରେ ମାଳ ମାଳ କେନ୍ଦ୍ରୀୟ ନେତା ଓ ହଜାର ହଜାର କର୍ମୀ । ଆଉ ଏସବୁ ଭିତରେ ନିର୍ବାଚନୀ ପ୍ରଚାରକୁ ଆହୁରି ସରଗରମ କରିଦେଇଛି ସେଲିବ୍ରିଟିଙ୍କ ଅନ୍ଦାଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe