ପତ୍ନୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଭବ । କହିଲେ ବର୍ଷାଙ୍କୁ ପାଇ ଧନ୍ୟ ହୋଇଛନ୍ତି । ହେଲେ କାହିଁକି,ଜାଣିବା ପାଇଁ ପଢନ୍ତୁ ପୂରା ଖବର

26

କନକ ବ୍ୟୁରୋ: ଅନେକ ଦିନ ଧରି ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ହେଉଥିଲା ଯେ, ସୁପରଷ୍ଟାର୍ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ନାହିଁ ଭଲ ସମ୍ପର୍କ । ଦୁହିଁଙ୍କ ଭିତରେ ତିକ୍ତତା ରହିଥିବା ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଥିଲା । ହେଲେ ଏ ସବୁ ଖବର ମିଛ ବୋଲି ଏବେ ପ୍ରମାଣ କରିଛନ୍ତି ଅନୁଭବ । ନିକଟରେ ନିଜ ହେଲଥ କଣ୍ଡିସନକୁ ନେଇ ୟୁଟ୍ୟୁବରେ ସେୟାର୍ କରିଥିବା ଏକ ଭିଡିଓରେ, ଅଭିନେତା ଅନୁଭବ ମହାନ୍ତି ପତ୍ନୀ ବର୍ଷାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗତ କିଛି ଦିନ ହେବ ଗୋଡରେ ଆଘାତ ଲାଗିବା କାରଣରୁ ଚିକିତ୍ସିତ ହେଉଥିବା ଅଭିନେତା ଅନୁଭବ ମହାନ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଦେଖିବାକୁ ମିଳିଛି । ଫିଲ୍ମ ସୁଟିଂ ସେଟରେ ଆହତ ହୋଇ ଅନୁଭବଙ୍କ ଗୋଡ୍ ଫ୍ୟାକଚର୍ ହୋଇଥିଲା ଏବଂ ତାଙ୍କ ଗୋଡରେ ଲାଗିଥିଲା ପ୍ଲାଷ୍ଟର୍ । ଆଉ ଯାହାକୁ ନେଇ ସେ ଗତ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ । ଏବେ ତାଙ୍କ ଗୋଡ ଭଲ ହେଉଥିବା ଏକ ଭିଡିଓ ଜରିଆରେ କହିଛନ୍ତି ଅନୁଭବ । ଆଉ ଏଥିପାଇଁ ସେ ପତ୍ନୀ ବର୍ଷାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭିଡିଓରେ ପ୍ଲାଷ୍ଟର୍ ଖୋଲାହେବା ପରେ ପତ୍ନୀଙ୍କ ହାତ ଧରି ଅନୁଭବଙ୍କୁ ଚାଲିବାର ଦେଖିବାକୁ ମିଳିଥିଲା ।

ଉଲ୍ଲେଖ ଥାଉ କି, ଅନେକ ଦିନ ହେବ ଓଲିଉଡରେ ଅନୁଭବ ଓ ବର୍ଷାଙ୍କ ସମ୍ପର୍କକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିଲା । ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଥିବା ନେଇ ଅନେକ ଆଲୋଚନା ମଧ୍ୟ ହେଉଥିଲା । ହେଲେ ଏସବୁ ଖବରକୁ ମିଛ ବୋଲି ପ୍ରମାଣ କରିଛି ଅନୁଭବଙ୍କ ଏହି ବୟାନ । ତେବେ ନିଜ ଫ୍ୟାନମାନଙ୍କ ପାଖରେ ସିଧାସଳଖ ପହଂଚିବା ପାଇଁ ଅନୁଭବ ମହାନ୍ତି ଏକ ୟୁଟ୍ୟୁବ ଚ୍ୟାନେଲ୍ କ୍ରିଏଟ୍ କରିଛନ୍ତି । ଯେଉଁଥିରେ ସେ ନିଜର ଏହି ଭିଡିଓ ସେୟାର୍ କରିଛନ୍ତି ।