ଓଲିଉଡ୍ ଷ୍ଟାର ବାବୁସାନ ମହାନ୍ତି ଅସୁସ୍ଥ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚକିତ୍ସା

1,642

କନକ ବ୍ୟୁରୋ : ଓଲିଉଡ୍ ଷ୍ଟାର ବାବୁସାନ ମହାନ୍ତି ଅସୁସ୍ଥ । ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ବାବୁସାନ ଡାକ୍ତରଖାନା ବେଡରେ ଶୋଇଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି ‘ଦମନ’ ଫିଲ୍ମର ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ।

କିଛି ଦିନ ତଳେ ବାବୁସାନ ତାଙ୍କ ଫିଲ୍ମ ‘ଦମନ’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ ଚଳାଇବା ପରେ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାୟ ତିନି ଚାରି ଦିନ ହେଲା ବାବୁସାନ ଚିକିତ୍ସାଧୀନ ଅଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ବୋଲି କୁହାଯାଉଛି ।