କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି ହ୍ୟୁମାନ ସାଗର ।ହ୍ୟୁମାନଙ୍କ ଯୋଗଦାନ ଦଳକୁ ଅଧିକ ମଜବୁତ କରିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡିଶାର ଯୁବ ବର୍ଗଙ୍କୁ ନିଜ ଗୀତର ଯାଦୁରେ ମତୁଆଲା କରୁଥିବା ହ୍ୟୁମାନ ବିଜେଡିରେ ଯୋଗ ଦେବା ସହ ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ ତାହା କରିବି ବୋଲି କହିଛନ୍ତି । ଖାସକରି ଆଗାମୀ ନିର୍ବାଚନ ପ୍ରଚାର ସମୟରେ ହ୍ୟୁମାନଙ୍କୁ ବିଜେଡିର ପ୍ରଚାର ମୈଦାନରେ ଦେଖିବାକୁ ମିଳିପାରେ । ରାଜ୍ୟରେ ହ୍ୟୁମାନଙ୍କ ଲକ୍ଷ ଲକ୍ଷ ଫ୍ୟାନ ରହିଥିବା ବେଳେ ଏହାର ଫାଇଦା ମଧ୍ୟ ଦଳକୁ ମିଳିପାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୁନଜରା ସୁନଜରା, ତୁ ମୋ ଲୈଲା ଭଳି ସୁପରହିଟ ଗୀତ ଗାଇ ଓଡିଶାବାସୀଙ୍କ ମନରେ ଘର କରିଥିବା ହ୍ୟୁମାନ ବିଜେଡିରେ ଯୋଗ ଦେବା ସହ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଛନ୍ତି । ଓଲିଉଡ କଳାକାର ରାଜନୀତିରେ ଏଣ୍ଟ୍ରି କରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ସିଦ୍ଧାନ୍ତ ମହାପାତ, ଅନୁଭବ ମହାନ୍ତି, ପ୍ରଶାନ୍ତ ନନ୍ଦଙ୍କ ଭଳି ଓଲିଉଡ କଳାକାର ବିଜେଡିରେ ଯୋଗ ଦେବା ସହ ରାଜନୀତି ମୈଦାନରେ ମଧ୍ୟ ସଫଳତା ଲାଭ କରିଛନ୍ତି । କେବଳ ବିଜେଡି ନୁହେଁ ବିଜେପିରେ ମଧ୍ୟ ଅନେକ ଓଲିଉଡର ଲୋକପ୍ରିୟ କଳାକାର ସାମିଲ ହୋଇଛନ୍ତି । ମିହିର ଦାସ, ଅପରାଜିତା, ମହେଶ୍ୱତା, ଅନୁ ଚୌଧୁରୀ ଓ ସଙ୍ଗୀତଜ୍ଞ ମନ୍ମଥ ମିଶ୍ରଙ୍କ ଭଳି କଳାକାର ପୂର୍ବରୁ ପଦ୍ମ ଧରି ସାରିଛନ୍ତି ।