ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନଲିସା । ଜୁସ୍ ପିଆଇ ଅନଶନ ଭାଙ୍ଗିଲେ କୁନା ତ୍ରିପାଠୀ ।

636

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରଯୋଜିକା ସନଲିସା ଚଳାଇଥିବା ଆମରଣ ଅନଶନ ଭାଙ୍ଗିଛନ୍ତି । ତେବେ ଧାରଣା ଜାରି ରହିବ ବୋଲି ଘୋଷଣା କରିଛନ୍ତି ସନଲିସା । କଳାକାରଙ୍କ ବିବାଦ ଭିତରେ ଓଡିଆ ଫିଲ୍ମ ବଞ୍ଚାଇବା ଦାବିରେ ସନଲିସା ଗୁରୁବାରଠାରୁ ଅନଶନ ଆରମ୍ଭ କରିଥିଲେ । ଏହାପରେ ଆମରଣ ଅନଶନ ଆରମ୍ଭ ହୋଇଥିଲା । ଆଜି ଧାରଣା ସ୍ଥଳରେ ଅଭିନେତା ଅନୁଭବ ମହାନ୍ତି ଓ କୁନା ତ୍ରିପାଠୀ ପହଞ୍ଚିିଥିଲେ । ସନଲିସାଙ୍କୁ ଜୁସ ପିଆଇ ସେ ଆମରଣ ଅନଶନ ଭଙ୍ଗ କରିଥିଲେ । ସନଲିସା କହିଛନ୍ତି,ସମସ୍ୟାର କୌଣସି ସମାଧାନ ନ ହେଲେ ମଙ୍ଗଳବାରଠାରୁ ପୁଣି ଆନ୍ଦୋଳନ ଜୋରଦାର ହେବ । ସେପଟେ ଲିଖିତ ପ୍ରତିଶ୍ରୁତି ସହ ୨୮ ତାରିଖରେ ଇଡକୋରେ ବୈଠକ ଡାକିଛନ୍ତି ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ । ଅନୁଭବ କହିଛନ୍ତି ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ।