କନକ ବ୍ୟୁରୋ : ଓଲିଉଡକୁ ଆଗକୁ ନେବାର ସ୍ୱପ୍ନ ଦେଖୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକ । ଜୁଲାଇମାସରେ ଉକ୍ରଳ ସିନେ ଚାମ୍ବର ଅଫ୍ କମର୍ସର ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ହୋଇଥିଲେ ଦୁଇ ପ୍ରଯୋଜକ ଗୋଷ୍ଠୀ । ଏପରିକି ପୁଲିସ ପଂହଚି ହସ୍ତକ୍ଷେପ କରିଥିଲା । ଏବେ ଏଥିରେ ଆସିଛି ଟ୍ୱିଷ୍ଟ ।

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଉନ୍ନତି ଓ ପ୍ର ଯୋଜକଙ୍କୁ ସୁରକ୍ଷା ପାଇଁ ଗଠନ ହୋଇଛି ଉକ୍ରଳ ସିନେ ଚାମ୍ବର୍ସ ଅଫ କମର୍ସ । କିନ୍ତୁ ଓଲିଉଡର ଉନ୍ନତି ପରିବର୍ତେ ଏହି ପ୍ରଯୋଜକ ଏବେ ଦୁଇଫାଳ ହୋଇଛି । ଉକ୍ରଳ ସିନେ ଚାମ୍ବର୍ସ ଅଫ କମର୍ସ ନାଁରେ ଦୁଇଟି ସଙ୍ଗଠନ ସାମ୍ନାକୁ ଆସିଛି । ଆଉ ଗୋଟିଏ ସଙ୍ଗଠନର ସଭାପତି ସଂଜୟ ନାୟକ ଥିବାବେଳେ ଅନ୍ୟ ଏକ ସଙ୍ଗଠନର ସଭାପତି ଶ୍ରୀଧର ମାର୍ଥା ଅଛନ୍ତି । ଆଉ ପରଷ୍ପର ମଧ୍ୟରେ ଅଭିଯୋଗ ବି ଆଣିଛନ୍ତି   । ଶ୍ରୀଧର ମାର୍ଥ ଗୋଷ୍ଠୀ ଏ ନେଇ ଆଜି ପ୍ରତିବାଦ କରିଛନ୍ତି । ଏମାନଙ୍କ ଅଭିଯୋଗ ହେଲା ସୋସିଆଲ ମିଡିଆରେ ଉକ୍ରଳ ସିନେ ଚାମ୍ବର୍ସ ଅଫ କମର୍ସ ନାମର ଯେଉଁ ସଂଘ କଥା କୁହାଯାଉଛି ।

ରାଜ୍ୟରେ ୯୩-୯୪ ମସିହାରୁ ଉକ୍ରଳ ସିନେ ଚାମ୍ବର୍ସ ଅଫ କମର୍ସ ରହିିଛି । କଟକରେ ଏହାର ମୁଖ୍ୟ ଅଫିସ ଅଛି । ତେବେ ଏହି ନାଁରେ ଆଉ ଏକ ସିନେ ଚାମ୍ବର୍ସ ଅଫ କମର୍ସ ଗଠିତ ହୋଇଛି । ୨୦୨୩-୨୪ରେ ଏହାର ପଂଜୀକରଣ କରାଯାଇଛି । ତେଣୁ ପ୍ରକୃତ ସଙ୍ଗଠନ କିଏ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଦ୍ୱିତୀୟ ୟୁସିସି ଗୋଷ୍ଠୀର ନେତୃତ୍ୱ ନେଇଛନ୍ତି ସଂଜୟ ନାୟକ, ବିନି ସାମଲ ଓ ଅନ୍ୟ ପ୍ରଯୋଜକ । ଆଉ ଏହି ଗୋଷ୍ଠୀର କହିବା କଥା ହେଲା. ଆବଶ୍ୟକ ପ୍ରକ୍ରିୟା ଅନୁସାରେ ହିଁ ଉକ୍ରଳ ସିନେ ଚାମ୍ବର୍ସ ଅଫ କମର୍ସ ରେଜିଷ୍ଟ୍ରସନ ହୋଇଛି । ପୁରୁଣା ସଂଘ ଉପରେ ବର୍ଷିଛନ୍ତି ଏହି ପ୍ରଯୋଜକ ।

ଓଡିଆ ଫିଲ୍ମ ଏବେ ଏକ ଘଡି ସନ୍ଧି ମୂହୂର୍ତ ଦେଇ ଗତି କରୁଛି । ଦର୍ଶକ ଆସୁନାହାନ୍ତି । ଭଲ ଫିଲ୍ମ ନିର୍ମାଣ ହେଉନାହିଁ । ଏଭଳି ସମୟରେ ପ୍ର ଯୋଜକ ଗୋଷ୍ଠୀ ଦୁଇଫାଳ ହେବା ଚର୍ଚ୍ଚାର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି
-ଫିଲ୍ମକୁ ନେଇ ସଙ୍ଗଠନ ନା ସଙ୍ଗଠନକୁ ନେଇ ଫିଲ୍ମ?
-ସଙ୍ଗଠନକୁ ନେଇ ଯେତେ ତତ୍ପର, ଫିଲ୍ମ ପାଇଁ କାହିଁକି ନୁହେଁ?
-ଓଡିଆ ଫିଲ୍ମକୁ ନେଇ କେତେ ସିରିୟସ ଏହି ପ୍ରଯୋଜକ ସଂଘ?
-ପ୍ରଯୋଜକ ଭଲ ସିନେମା କଥା ଚିନ୍ତା ନ କରି ଟଣାଓଟରାରେ ମାତୁଛନ୍ତି କାହିଁକି?