କନକ ବ୍ୟୁରୋ : ପବିତ୍ର ବାହୁଡ଼ାରେ ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’ । ଝିଲିକ ମୋସନ୍ ପିକଚର୍ସର ଏହା ହେଉଛି ଚତୁର୍ଥ ସିନେମା । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବେ ସୁଧାଂଶୁ ମୋହନ ସାହୁ ଥିଲା ବେଳେ ଅଭିନେତା ଅମ୍ଲାନ ଦାସ ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

Advertisment

ଏହା ସହ ଫିଲ୍ମରେ ବବି ମିଶ୍ର, ଭୂପତି ତ୍ରିପାଠୀ, ଅଭିଷେକ ଗିରି, ଗୁଡ୍ଡୁ ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ସ୍ୱାତି ସିନେପ୍ଲେକ୍ସରେ ‘ପ୍ରିୟେ ତୁ ମୋ ସିଏ’ ଚଳଚ୍ଚିତ୍ରର ପ୍ରିମିୟର ଶୋ ହୋଇଥିଲା । ରାଜ୍ୟର ୩୫ଟି ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ପ୍ରେମ ସମ୍ପର୍କକୁ ପ୍ରସ୍ତୁତ ଏହି ସିନେମାକୁ ଦର୍ଶକମାନେ ଭଲପାଇବା ଦେବେ ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା ।