ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟେଲିଦୂନିଆରୁ ଜେସିଙ୍କ ଓଲିଉଡ୍ ଯାତ୍ରା । ଖୁବଶୀଘ୍ର ବିଗ ସ୍କ୍ରିନ୍ ରେ ନଜର ଆସିବେ ଏହି ବୋହୂରାଣୀ ଜେସି ଓରଫ ପ୍ରଲିପ୍ତା ପ୍ରିୟଦର୍ଶିନୀ । ଓଡିଆ ଫିଲ୍ମ ନିର୍ଦେଶକ ସୁଶାନ୍ତ ମଣିଙ୍କ ପରବର୍ତୀ ଫିଲ୍ମ ‘ ଲଭ ୟୁ ଜେସିକା’ ରେ ଲିଡ୍ କରିବେ ଜେସୀ । ଏହି ମୁଭିରେ ଦର୍ଶକଙ୍କୁ ଦେଖିବାକୁ ମିଳିବ ଜେସିଙ୍କ ଜୀବନର କିଛି ଝଲକ । ନିର୍ଦେଶକ ଙ୍କ ଏହା ଏକ ଡ୍ରିମ ପ୍ରୋଜେକ୍ଟ ଏବଂ ଲିଡ ଚରିତ୍ର ପାଇଁ ଜେସି ଏକଦମ ଫିଟ୍ ବୋଲି କହିଛନ୍ତି ସୁଶାନ୍ତ । ଛୋଟପରଦାର ପରିଚିତ ଅଭିନେତ୍ରୀ ହେଉଛନ୍ତି ଜେସି । ତୋ ଅଗଣାର ତୁଳସୀ ମୁଁ ଧାରାବାହିକ ଜରିଆରେ ସେ ଛୁଇଁଥିଲେ ଲୋକପ୍ରିୟତାର ଶିଖର । ତେବେ ଅଚାନକ ରାଜା ମୃତ୍ୟୁ କୁ ନେଇ ବିବାଦ ଘେରକୁ ଚାଲିଆସିଥିଲେ ଜେସୀ । ପରିସ୍ଥିତି ଏପରି ହୋଇଥିଲା ଯେ, ତାଙ୍କୁ ଜେଲକୁ ମଧ୍ୟ ଯିବାକୁ ପଡିଥିଲା । ଏବେ ଦେଖିବାକୁ ବାକି ରହିଲା , ଟେଲିରୁ ଜେସୀଙ୍କ ଓଲିଉଡ ଯାତ୍ରାକୁ କେତେ ଗ୍ରହଣ କରିବେ ଦର୍ଶକ ।
ଜେସିଙ୍କ ଓଲିଉଡ୍ ଯାତ୍ରା
/kanak/media/post_attachments/wp-content/uploads/2016/04/Jessy-640x512.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)