ତେଜୁଛି ଓଲିଉଡ କଳି । ଅଡିଓ କଲ୍ ସାର୍ବଜନୀନ କଲେ ମନୋଜ ମିଶ୍ର, ନିଆଁରେ ଅରିନ୍ଦମ ଓ ଅନୁଭବ ଘିଅ ଢ଼ାଳିଥିବା ଅଡିଓରେ କହିଛନ୍ତି ଟୁଟୁ ନାୟକ

226

କନକ ବ୍ୟୁରୋ : ଅଭିନେତା ମନୋଜ ମିଶ୍ର କଲ ରେକର୍ଡ ସାର୍ବଜନୀନ କରିଛନ୍ତି । ବାସନ୍ଦ ହେବା ପୂର୍ବରୁ ଏବଂ ଏବେ ବସିଥିବା ପ୍ରଯୋଜକ ବୈଠକ ବେଳେ ମନୋଜ କଣ କଥା ହୋଇଥିଲେ ତାହା ନିଜେ ସାର୍ବଜନୀନ କରିଛନ୍ତି ମନୋଜ ମିଶ୍ର । ଏହି ତିନି ଜଣ ହେଉଛନ୍ତି ପ୍ରଯୋଜକ ସ୍ଥିତ ପଟ୍ଟନାୟକ, ଟୁଟୁ ନାୟକ ଏବଂ କୁନା ତ୍ରିପାଠୀ । ମନୋଜ ମିଶ୍ର ନିଜେ ଫେସବୁକରେ ଅଡିଓ କଲ ପ୍ରଘଟ କରିଛନ୍ତି ।

ଉଭୟଙ୍କ ସହ ମନୋଜ ମିଶ୍ର କଥା ହେଉଥିବା କଲ ରେକର୍ଡରୁ ଜଣାପଡିଛି । ଯେଉଁଥିରେ ବାସନ୍ଦ କରିବା ପଛରେ ଟୁଟୁ ନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣାପଡିଛି । କିନ୍ତୁ ଟୁଟୁ ନାୟକଙ୍କ ସମେତ ପୂର୍ବରୁ କଥାବାର୍ତା ସମୟରେ ମନୋଜଙ୍କୁ ସେ କହୁଛନ୍ତି ଯେ ଅନୁଭବ ଓ ଅରିନ୍ଦମ ନିଶ୍ଚିତ ଭାବେ ନିଆଁରେ ଘିଅ ଢାଳିଛନ୍ତି ।

ଅନ୍ୟପଟେ ପ୍ରଯୋଜକ ସ୍ଥିତ ପଟ୍ଟନାୟକଙ୍କ କଥାରୁ ଜଣାପଡୁଛି ଯେ ବାସନ୍ଦ ବେଳେ ଜଣେ ପ୍ରଯୋଜକ ବିରୋଧ କରିଥିଲେ । ଏହାପରେ କଳାକାର ସଂଘର ସଂପାଦକ ଶ୍ରୀତମ ଦାସ ବାସନ୍ଦକୁ ସମର୍ଥନ କରୁଥିବା ଜଣାପଡିଛି । ସେହିପରି କୁନା ତ୍ରିପାଠୀଙ୍କ ସହ ମନୋଜଙ୍କ କଥାବର୍ତାର ଅଡିଓ ଜାରି ହୋଇଛି । ଯେଉଁଥିରେ ମନୋଜ କହୁଛନ୍ତି, ତାଙ୍କ ମା ଅସୁସ୍ଥ ଥିବାରୁ ସେ ପ୍ରଯୋଜକ ବୈଠକକୁ ଆସିପାରିନଥିଲେ ।