କଳାକାରଙ୍କ କଳିକୁ ନେଇ ତେଜୁଛି ବିବାଦ । ବଲାଙ୍ଗୀର ଯାତ୍ରା ମଞ୍ଚରେ କଳାକାରଙ୍କୁ ଜୟ କୋଶଳ କହିବାକୁ ବାଧ୍ୟ କଲେ ସ୍ଥାନୀୟ ଲୋକ
କନକ ବ୍ୟୁରୋ : କଳାକାରଙ୍କ କଳିକୁ ନେଇ ତେଜୁଛି ବିବାଦ । ପାଟଣାଗଡ଼ ଯାତ୍ରା ମଞ୍ଚରେ ଆଙ୍କରଙ୍କୁ ଜୟ କୋଶଳ କହିବାକୁ ବାଧ୍ୟ କଲେ ସ୍ଥାନୀୟ ଲୋକ । ମଙ୍ଗଳବାର ସ୍ୱାଭାବିକ୍ ଭାବରେ ଯାତ୍ରା ଆରମ୍ଭ ହେବାକୁ ଯାଉଥିଲା । ମଞ୍ଚ ପରିଚାଳକ, ଜୟ ଜଗନ୍ନାଥ କହିବା ବେଳକୁ ଜୟ କୋଶଳ କହିବା ପାଇଁ ଦାବି ଉଠିଲା । ଏ ନେଇ ଦର୍ଶକ ଅଡି ବସିଥିବା ବେଳେ ଆଙ୍କର ଜଣଙ୍କ କହିଥିଲେ ସେ କୋଶଳ କଣ ଜାଣନିନାହାନ୍ତି । ସେ କୋଶଳ ବୋଲି କହିବେ ନାହିଁ । ତା ବଦଳରେ ଜୟ ଜଗନ୍ନାଥ କହିବେ ବୋଲି କହିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହାକୁ ନେଇ କୋଶଳ ସେନା ପକ୍ଷରୁ ଯାତ୍ରା ପାର୍ଟିରେ ତୀବ୍ର ବିରୋଧ କରାଯିବା ସହିତ ରାଜଧାନୀ ଅପେରାରୁ ବନ୍ଦ କରାଯିବ ବୋଲି ସମସ୍ତ କୋଶଳ ସେନା ଏକଜୁଟ ହୋଇଥିଲେ । ଓଡିଶା ଗୋବ୍ୟାକର ନାରା ଦେଇ ପୋଷ୍ଟର ପୋଡିଥିଲେ । ଏହା ପରେ ଗତକାଲି ହୋଇଥିବା ଯାତ୍ରାରେ ଆଙ୍କର ଷ୍ଟେଜ୍କୁ ଆସିବା ପରେ ଜୟ କୋଶଳ ବୋଲି କହିଥିଲେ । ଏହା ପରେ ଅପେରା ଦେଖୁଥିବା ଲୋକେ ମଧ୍ୟ ତାଙ୍କ ସ୍ୱରରେ ସ୍ୱର ମିଳାଇଥିଲେ ।