କନକ ବ୍ୟୁରୋ : କଳାକାରଙ୍କ କଳି ଭିତରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ବିବାଦକୁ ଆହୁରି ଜଟିଳ କରିଦେଇଛି । ସମାଧାନ ବଦଳରେ ପ୍ରସଙ୍ଗ ଆହୁରି ବିବାଦୀୟ ହୋଇପଡିଛି । ଓଲିଉଡ୍ ବିବାଦ ଭିନ୍ନ ରୂପ ନେଇଛି । ବିଭିନ୍ନ ସ୍ଥାନରେ ମନୋଜଙ୍କ ସପକ୍ଷରେ ସ୍ୱର ଉଠିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଅଭିନେତା ମନୋଜ ମିଶ୍ରଙ୍କୁ ସମର୍ଥନ କରି ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଅଭିନେତା ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ କରାଯାଇଛି । ସକାଳେ ବଲାଙ୍ଗୀରରରେ ପ୍ରତିବାଦ କରାଯାଇଥିବାବେଳେ ଅପରାହ୍ନରେ, ବରଗଡରେ ଅନୁଭବଙ୍କ କୁଶପୁତଳିକା ଦାହ କରାଯାଇଛି । ଆଉ ମନୋଜଙ୍କୁ ତୁରନ୍ତ କ୍ଷମା ମାଗିବା ସହ ତାଙ୍କ ଉପରୁ ବାସନ୍ଦକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ।
ଓଲିଉଡ୍ ବିବାଦରେ ରାଜନୀତି ପଶିବା ପରେ, ସାମନାକୁ ଆସିଛନ୍ତି କଳାକାର ସଂଘର ଜଣଙ୍କ ପରେ ଜଣେ ସଦସ୍ୟ । ଏହି ପ୍ରସଙ୍ଗରେ କେହି ମୁଣ୍ଡ ନପୁରାଇବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ଏହା ସେମାନଙ୍କ ପରିବାର କଥା ଓ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇଯିବ ।
କଳାକାର ସଂଘ ସାମନାକୁ ଆସିବା ପରେ ବି ବିବାଦ ଥମି ନାହିଁ । ପୁଣି ସାମ୍ବାଦିକ ସମ୍ମଳନୀ କରିଛନ୍ତି ମନୋଜ ମିଶ୍ର । ଆଉ ସବୁ ଦୋଷ ଟୁଟୁ ନାୟକଙ୍କୁ ଦେଇଛନ୍ତିି । କହିଛନ୍ତି, ସେ ଟୁଟୁ ନାୟକଙ୍କୁ ବ୍ୟାନ କରୁଛନ୍ତି, ତାଙ୍କ ଫିଲ୍ମରେ ସେ କେବେ କାମ କରିବେ ନାହିଁ । ଏଥିସହ ତାଙ୍କୁ ବ୍ୟାନ୍ କରିବାକୁ ଟୁଟୁ ନାୟକ କିଏ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମନୋଜ । ବ୍ୟାନ୍ ନେଇ ତାଙ୍କୁ କୌଣସି ଚିଠି ଆସିନଥିବା ପୁଣିଥରେ ଦୋହରାଇଛନ୍ତିି । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ।
ଗତକାଲି ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିଥିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଆଗଲପୁରଠାରେ ଆୟୋଜିତ ଛେଲିଆପାଟ ମହୋତ୍ସବରେ ଯୋଗଦେଇ ମନୋଜ ମିଶ୍ରଙ୍କୁ କରାଯାଇଥିବା ୨ ବର୍ଷର ବାସନ୍ଦକୁ ସେ ନିନ୍ଦା କରିଥିଲେ । ଯଦି ବାସନ୍ଦ ନଉଠିବ, ଓଡ଼ିଶା ଭାଗ ଭାଗ ହୋଇଯିବ ବୋଲି କହିଥିଲେ । ଆଜି କଥାକୁ ପୁଣି ସେହି କଥାକୁ ଦୋହରାଇଛନ୍ତି ।