କନକ ବ୍ୟୁରୋ : ଅଭିନେତାଙ୍କ କଳିରେ ପଶିଲେ ନେତା । ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଆଗଲପୁରଠାରେ ଆୟୋଜିତ ଛେଲିଆପାଟ ମହୋତ୍ସବରେ ଯୋଗଦେଇ ମନୋଜ ମିଶ୍ରଙ୍କୁ କରାଯାଇଥିବା ୨ ବର୍ଷର ବାସନ୍ଦକୁ ସେ ନିନ୍ଦା କରିଛନ୍ତି । ଯଦି ବାସନ୍ଦ ନଉଠିବ, ଓଡ଼ିଶା ଭାଗ ଭାଗ ହୋଇଯିବ ବୋଲି କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଯୋଜକମାନେ ଏଭଳି ନିଷ୍ପତି ପ୍ରତ୍ୟାହାର କରି ମନୋଜଙ୍କୁ ଉଚିତ୍ ସମ୍ମାନ ଦେଇ ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ସିନେମାରୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଏପରି ନିଷ୍ପତିକୁ ସଂପୂର୍ଣ୍ଣ ପଶ୍ଚିମ ଓଡ଼ିଶାବାସୀ ବିରୋଧ କରିଛନ୍ତି । ବିଭିନ୍ନ ସ୍ଥାନରେ ମନୋଜ ମିଶ୍ରଙ୍କ ସପକ୍ଷରେ ସ୍ୱର ଉଠିଛି ।