ସୀମା ଡେଉଁଛି କଳାକାରଙ୍କ କଳି: ପୁଣି ମନୋଜ ମିଶ୍ରଙ୍କୁ ଅରିନ୍ଦମଙ୍କ ଟାର୍ଗେଟ୍ ।

3,830

କନକ ବ୍ୟୁରୋ: ଥମୁନି କଳାକାର କଳି । କମିବା ବଦଳରେ ଆହୁରି ତେଜୁଛି ସିନେ କଳାକାରଙ୍କ କଳି । ନିଜ ନିଜ ଭିତରେ ଦୋଷ ଲଦାଲଦି, ଆରୋପ ପ୍ରତ୍ୟାରୋପ ଜୋରଦାର ଚାଲୁଥିବା ବେଳେ ଜଣେ ପରେ ଜଣେ କଳାକାର ସାମ୍ନାକୁ ଆସି ନିଜ ମତ ରଖୁଛନ୍ତି । ଗୋଟେ ପଟେ କଳାକାରଙ୍କ ମତ ଓଡିଆ ସିନେ ଜଗତର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ମଝିରେ ମଝିରେ ନେତାଙ୍କ ଏଣ୍ଟ୍ରି ନିଆଁରେ ଘିଅ ଢାଳିବା ପରି ହେଉଛି । ଆଉ ପୂର୍ବ-ପଶ୍ଚିମର ବିବାଦ ଭୟଙ୍କର ହେଉଛି ।

ମନୋଜ ମିଶ୍ର- ଅରିନ୍ଦମ ରୟଙ୍କ ବିବାଦ ସମାଧାନ ହେବା ବଦଳରେ ଅଧିକ ଜଟିଳ ହେଉଛି । ବିବାଦ ଭୟଙ୍କର ହେବା ପରେ ଅରିନ୍ଦମ ପ୍ରେସମିଟ କରି ମନୋଜ ମିଶ୍ରଙ୍କୁ ସବୁକିଛି ଭୁଲି, ସାଙ୍ଗରେ ବସି ସମାଧାନ କରିବାକୁ ଅପିଲ କରିଥିଲେ । ଆଉ ଏହା ପରେ ମନୋଜ ମିଶ୍ର ଫେସବୁକରେ ଭିଡିଓ ପୋଷ୍ଟ କରି ଅରିନ୍ଦମ କଣ ସମାଧାନ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ହେଲେ ଆଜି ଅରିନ୍ଦମ ପୁଣି ସୋସିଆଲ ମିଡିଆରେ ମନୋଜ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି । ଫେସବୁକ ପୋଷ୍ଟରେ ଲେଖିଛନ୍ତି, ମୁଁ ଯେତେ ଚେଷ୍ଟା କଲେ ବି ଆପଣ ବିବାଦର ସମାଧାନ କରିବାକୁ ରାଜି ହେଉ ନାହାନ୍ତି । ମୁଁ ଏତେ କଥା ପଚାରୁଛି ଆପଣ କିନ୍ତୁ କୌଣସି ପ୍ରତିକ୍ରିୟା ରଖୁ ନାହାନ୍ତି ବୋଲି ଏକ ପୋଷ୍ଟରେ କହିଛନ୍ତି ଅରିନ୍ଦମ । ତାସହ ବନ୍ଦକୁ ସମର୍ଥନ କରୁ ନାହାନ୍ତି ବୋଲି ଏକ ଭିଡିଓ ପୋଷ୍ଟ କରିବାକୁ ମନୋଜଙ୍କୁ ଅପିଲ କରିଛନ୍ତି ଅରିନ୍ଦମ ।