ଓଲିଉଡ ହାସ୍ୟ ଅଭିନେତା ସଲୀଲ ମିତ୍ରଙ୍କ କାର ଦୁର୍ଘଟଣାଗ୍ରସ୍ତ । ଗୋଡ ଭାଙ୍ଗି ଯିବା ସହ ମୁଣ୍ଡରେ ଲାଗିଛି ଆଘାତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

Advertisment
ଓଲିଉଡ ହାସ୍ୟ ଅଭିନେତା ସଲୀଲ ମିତ୍ରଙ୍କ କାର ଦୁର୍ଘଟଣାଗ୍ରସ୍ତ । ଗୋଡ ଭାଙ୍ଗି ଯିବା ସହ ମୁଣ୍ଡରେ ଲାଗିଛି ଆଘାତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ : ଓଡିଆ ହାସ୍ୟାଭିନେତା ସଲୀଲ ମିତ୍ର ଗୁରୁତର ଆହତ । ଓଡିଆ ଫିଲ୍ମ ଜଗତର ଏହି ଜଣାଶୁଣା କମେଡିଆନ ରବିବାର ଅପରାହ୍ନରେ ଏକ ବଡ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । କାର ଯୋଗେ କେନ୍ଦୁଝର ଜିଲ୍ଲାର ଘଟଗାଁରୁ ମୟୂରଭଞ୍ଜ ଜିଲ୍ଲାର କରଜିଆଁ ଗସ୍ତ କରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ସଲୀଲ । କାର୍ ଦୁର୍ଘଟଣାର ସାମ୍ନା କରିବା ପରେ ସଲୀଲ ଗୁରୁତର ହୋଇ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ରହିଛି। ଦୁର୍ଘଟଣାରେ ସଲୀଲଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି । ଦୁର୍ଘଟଣା ହେବା ପରେ ତାଙ୍କୁ ତୁରନ୍ତ ଘଟଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି।

publive-imageଉଲ୍ଲେଖଯୋଗ୍ୟ, ସଲୀଲ ଓଲିଉଡ୍ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ଚେହେରା। ସେ ପ୍ରଥମେ ‘ଶାସ୍ତି’ ଚଳଚ୍ଚିତ୍ରରୁ ନିଜର ଅଭିନୟ ଆରମ୍ଭ କରିବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ‘ଲଭ୍ ଷ୍ଟେସନ୍’, ‘ଲଭ୍ ପାଇଁ କୁଛ୍ ଭି କରେଗା’ ‘ମହାନାୟକ’ ଆଦି ପ୍ରାୟ ୫୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନ ଜିଣିଛନ୍ତି। କେବଳ ଓଲିଉଡ ଫିଲ୍ମ ନୁହେଁ ଟେଲି ପରଦାରେ ମଧ୍ୟ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି ସଲୀଲ ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe