କନକ ବ୍ୟୁରୋ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଇଂଷ୍ଟାଗ୍ରାମରେ ଏ ନେଇ ଏକ ଫଟୋ ପୋଷ୍ଟ କରିଛନ୍ତି ଅନୁଭବ । ଏହି ଫଟୋରେ ଫିଲ୍ମ ନିର୍ଦ୍ଦେଶକ ତାପସ ସରଘରିଆ ଓ ଅନୁଭବଙ୍କ ସହ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ଏଥିରେ ଲେଖାଯାଇଛି, ସୁଟିଂ ଚାଲିଥିବା ତାଙ୍କର ଅପକମିଂ ଫିଲ୍ମ 'ପ୍ରେମ କୁମାର' ସଂପର୍କରେ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ହେଲେ କ'ଣ ଆଲୋଚନା ହୋଇଛି, ସେ ସଂପର୍କରେ କିଛି ଜଣା ପଡିନାହିଁ ।
ତେବେ ନିକଟରେ କାଶ୍ମୀର ଘାଟିରେ 'ପ୍ରେମ କୁମାର'ର ସୁଟିଂ ସାରି ଫେରୁଥିବା ବେଳେ ଆତଙ୍କବାଦୀ ହମଲା ହୋଇଥିଲା । ଘାଟିରେ ସୁଟିଂ କରିବା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଅନୁଭବ ଆଲୋଚନା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/vlcsnap-2018-09-15-20h12m18s732-300x220.png)
/kanak/media/post_attachments/wp-content/uploads/2018/09/vlcsnap-2018-09-15-20h12m12s091-300x220.png)