ସବଟିଭିର ‘ତ୍ରିଦେବିୟାଁ‘ ସିରିଏଲରେ ଓଲିଉଡ ନାୟିକା ପ୍ରକୃତି ମିଶ୍ର !

116

ଓଡିଆ ମ୍ୟୁଜିକ ଡାଇରେକ୍ଟର ମନ୍ମଥ ମିଶ୍ରଙ୍କ ସୁକନ୍ୟା ପ୍ରକୃତି ମିଶ୍ରଙ୍କୁ ନେଇ ସବୁଠି ଚର୍ଚ୍ଚା । ପିଲାଦିନରୁ ଆଜି ପର୍ଯ୍ୟନ୍ତ ତାଙ୍କ ଆକ୍ଟିଂ ସମସ୍ତେ ପ୍ରଶଂସା କରଛନ୍ତି । ଓଲିଉଡର ଚୁଲବୁଲି ନାୟିକା ପ୍ରକୃତି ମିଶ୍ର । ଶିଶୁ କଳାକାର ଭାବେ ଅଭିନୟ ଯାତ୍ରା ଆରମ୍ଭ କରିଥିବା ପ୍ରକୃତି ଏବେ ଓଲିଉଡର ଜଣେ ଆଗଧାଡିର ନାୟିକା । ଓଲିଉଡ୍ ଜଗତରୁ ବାହାରି ଏବେ ସେ ଆଉ ପାଦେ ଆଗକୁ ବଢିଛନ୍ତି ।

ହିନ୍ଦୀ ଚ୍ୟାନେଲ ସବ୍ ଟିଭିରେ ପ୍ରସାରିତ ହେଉଥିବା ‘ତ୍ରିଦେବିୟାଁ‘ ସିରିଏଲରେ ସେ ନଜର ଆସୁଛନ୍ତି । ଏହି ଧାରାବାହିକରେ ସେ ଏକ ସ୍ମାର୍ଟ ଝିଅ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସିଛନ୍ତି । ମାତ୍ର ପାଂଚ ବର୍ଷରେ ସେ ଶିଶୁ କଳାକାର ଭାବେ ଓଲିଉଡରେ ଡେବ୍ୟୁ କରିଥିଲେ । ଓଡିଆ ଧାରାବାହିକ ତୁଳସୀରେ ତାଙ୍କ ବଳିଷ୍ଠ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ୨୦୦୬ରେ ରାଜ୍ୟ ଚଳଚ୍ଚିତ ପୁରସ୍କାରର ଶିଶୁ କଳାକାର ଭାବେ ପୁରସ୍କୃତ ହୋଇଥିଲେ । ୨୦୧୪ରେ ପ୍ରକୃତି ଜୀ ଟିଭି ଦ୍ୱରା ପ୍ରସାରିତ ‘ଇଂଡିଆଜ ବେଷ୍ଟ ସିନେଷ୍ଟାରସ କି ଖୋଜ‘ ରେ ଭାଗ ନେଇ ପ୍ରଥମ ଛଅ ଜଣଙ୍କ ଭିତରେ ରହିଥିଲେ । ଦଶରୁ ଅଧିକ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ପ୍ରକୃତି ୨୦୧୨ରେ ‘ଥୁକୁଲ ‘ ଫିଲ୍ମରେ ନାୟିକା ଭୂମିକାରେ ନଜରରେ ଆସିଥିଲେ ।