ସହ ନାୟିକାରୁ ମୁଖ୍ୟ ନାୟିକା ସାଜିଥିଲେ ଅନୁ ଚୈାଧୁରୀ !

ସହ ନାୟିକାରୁ ମୁଖ୍ୟ ନାୟିକା ସାଜିଥିଲେ ଅନୁ ଚୈାଧୁରୀ !

source-https://www.google.co.in/

ଓଲିଉଡ଼ର ଲୋକପ୍ରିୟ ନାୟିକା ଅନୁ ଚୈାଧୁରୀ । ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭରେ ସେ କରିଥିଲେ ସହ ନାୟିକାର ଭୂମିକା । ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା ଓଡ଼ିଆ ସିନେମା ‘ମା ଗୋଜବାୟାଣୀ’ । ଏହି ସିନେମାରେ ନାୟିକା ଭାବେ ପ୍ରବେଶ କରିଥିଲେ ଅନୁ । ଏହା ରିଲିଜ ହେବା ପରେ ସେ ଅନ୍ୟ ଏକ ଓଡ଼ିଆ ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ । ଯାହାର ଶୀର୍ଷକ ଥିଲା ‘ମନ ରହିଗଲା ତୁମରି ଠାରେ ’ । ପ୍ରସିଦ୍ଧ ପ୍ରଯୋଜକ ବସନ୍ତ ନାୟକ ଓ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ଏହି ସିନେମାରେ ଅନୁ ଚୈାଧୁରୀଙ୍କୁ କିନ୍ତୁ ମିଳିନଥିଲା ନାୟିକା ଚରିତ୍ର । ଏଥିରେ ସେ ଥିଲେ ସହ ନାୟିକାର ଭୂମିକାରେ । ଏହି ସିନେମାରେ ମୁଖ୍ୟ ନାୟିକା ଥିଲେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଓ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନାୟକ ଚରିତ୍ରରେ ନଜର ଆସିଥିଲେ ।

ଏହାପରେ ଅନୁ ଗୋଟିଏ ପରେ ଗୋଟିଏ ସିନେମାରେ ଅଭିନୟର ପାହାଚ ଚଢିଥିଲେ । ନିଖୁଣ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ପାଇଥିଲେ । ଆଉ ଖୁବ୍ କମ୍ ଦିନରେ ଓଲିଉଡର ଲୋକପ୍ରିୟ ନାୟିକା ପାଲଟି ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe