ଓଲିଉଡ୍ ଗାୟିକାଙ୍କ ବଡ ସଫଳତା ! ବଲିଉଡ୍ ପ୍ରସିଦ୍ଧ ଗାୟକ ଅରଜୀତ୍ ସିଂହଙ୍କ ସହ ଗାଇବେ ଗୀତ ।

Advertisment
ଓଲିଉଡ୍ ଗାୟିକାଙ୍କ ବଡ ସଫଳତା ! ବଲିଉଡ୍ ପ୍ରସିଦ୍ଧ ଗାୟକ ଅରଜୀତ୍ ସିଂହଙ୍କ ସହ ଗାଇବେ ଗୀତ ।

ଓଡ଼ିଆ ସିନେଜଗତର ବେଶ୍ କେତେଜଣ ଲୋକପ୍ରିୟ କଣ୍ଠଶିଳ୍ପୀ ଅଛନ୍ତି। ସେମାନଙ୍କ ଭିତରୁ ଜଣେ ହେଲେ ଅନ୍ତରା ଚକ୍ରବର୍ତ୍ତୀ। ଏବେ ଅନ୍ତରା ଚକ୍ରବର୍ତ୍ତୀ ପୁଣି ଚର୍ଚ୍ଚାରେ ରହିଛନ୍ତି।ସେ ଇତି ମଧ୍ୟରେ ୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ କାମ କରିସାରିଲେଣି। ଗତବର୍ଷ ମୁକ୍ତିଲାଭ କରିଥିବା ‘ହିରୋ ନଂ ୧’ସିନେମାରେ ଅନ୍ତରା ଗାଇଥିବା ଗୀତ ଖୁବ୍ ଲୋକପ୍ରିୟ ହୋଇଥିଲା।ଏହି ଗୀତଟି ହେଲା-ଡ଼ିଜେଓ୍ଵାଲ୍ ସଙ୍ଗ୍ । ଅଭିଜିତ ମଜୁମଦାରଙ୍କ ସ୍ୱର ସଂଯୋଜନାରେ ଏହି ଗୀତରେ କଣ୍ଠଦାନ କରିଥିଲେ ଅନ୍ତରା ଚକ୍ରବର୍ତ୍ତୀ। ସେ ବିଗତ କିଛି ମାସ ହେବ ମୁମ୍ବାଇରେ ଡ଼େରା ପକାଇଛନ୍ତି। ସେଠାରେ ସେ ବଲିଉଡ଼ରେ କାମ କରିବାର ସୁଯୋଗ ଖୋଜୁଛନ୍ତି। ଏଇ ନିକଟରେ ଅନ୍ତରା ଚକ୍ରବର୍ତ୍ତୀ ପୁଣି ଏକ ହିନ୍ଦୀ ଚଳଚ୍ଚିତ୍ର କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି।publive-imageହଁ, ଅନ୍ତରା ନିର୍ମାଣଧୀନ ହିନ୍ଦୀ ଚଳଚ୍ଚିତ୍ର ‘ପ୍ୟାର୍ ମେ ଜରା ସମ୍ଭଲନା’ରେ ଏକ ଗୀତରେ କଣ୍ଠଦାନ କରିଛନ୍ତି। ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ। ଏହି ଗୀତର ଗୀତିକାର ହେଲେ ସୁଲିମ କୁରେସୀ।ଏହାର ଗୀତ ରେକର୍ଡ଼ିଂ ମୁମ୍ବାଇର ଏବି ଷ୍ଟୁଡ଼ିଓରେ ହୋଇଥିଲା। ଆଉ ଏକ ଉଲ୍ଲେଖଯୋଗ୍ୟ କଥା ହେଲା ଯେ ଏହା ଏକ ଦ୍ୱୈତ ସଙ୍ଗୀତ। ଏଥିରେ ଅନ୍ତରାଙ୍କ ସହିତ ବଲିଉଡ଼ର ଖ୍ୟାତନାମା ଗାୟକ ଅରିଜିତ୍ ସିଂହ କଣ୍ଠ ଶୁଣିବାକୁ ମିଳିବ ବୋଲି ସୂଚନା ଦିଆଯାଇଛି। ଯଦି ଏପରି ହୁଏ,ତେବେ ଅରିଜତଙ୍କ ସହିତ ଗାଇବାରେ ଅନ୍ତରା ହେବେ ପ୍ରଥମ ଓଲିଉଡ଼୍ କଣ୍ଠଶିଳ୍ପୀ।
ଏଠାରେ ସୂଚନାଯୋଗ୍ୟ ଯେ, ଅନ୍ତରା କିଛି ମାସ ତଳେ ‘ପୁଷ୍କର ଲଜ୍’ ଶୀର୍ଷକରେ ତିଆରି ଅନ୍ୟ ଏକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ। ଦିବ୍ୟଜ୍ୟୋତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe