ଶପଥ ରଖିଲେ ସବ୍ୟସାଚୀ…ବଡଦାଣ୍ଡରେ ରଥ ଗଡିଲା, ଘରେ ପହଁଞ୍ଚିଲେ ଅସହାୟ ପରିବାର: ତାଲାବନ୍ଦ ବେଳେ ବାହାରେ ଫସିଥିବା ଜଗତସିଂହପୁରର ଏକ ପରିବାରକୁ ଘରେ ପହଞ୍ଚାଇଲେ ଓଲିଉଡ୍ ଅଭିନେତା

789

କନକ ବ୍ୟୁରୋ: ରହିଲା ସବ୍ୟସାଚୀଙ୍କ ଶପଥ । ବଡଦାଣ୍ଡରେ ରଥ ଗଡିଲା, ଘରେ ପହଁଚିଲା ପ୍ରବାସରେ ଫସିଥିବା ଗୋଟିଏ ପରିବାର । ଆଉ ଏହା ସହିତ ରାଜ୍ୟ ବାହାରେ ଫସି ରହିଥିବା ଆଉ ଗୋଟିଏ ପରିବାର ମୁହଁରେ ହସ ଫୁଟାଇଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । ସବ୍ୟସାଚୀଙ୍କ ସହାୟତାରେ ସେମାନେ ଏବେ ଘରକୁ ଫେରିଛନ୍ତି । କରୋନା କଟକଣାରେ ଜଗତସିଂହପୁର କୁଜଙ୍ଗ ଅଂଚଳର ଅନିରୁଦ୍ଧ ମଲ୍ଲିକଙ୍କ ପରିବାର ତାମିଲନାଡୁରେ ପ୍ରାୟ ୩ ମାସ ହେବ ଫସି ରହିଥିଲେ ।

ଗାଡି ମୋଟର ସୁବିଧା ନଥିବାରୁ ଘରକୁ କେମିତି ଓ କେବେ ଫେରିବା ତାକୁ ନେଇ ଚିନ୍ତାରେ ପଡିଥିଲେ । ପାଖରେ ତାଙ୍କର ଛୋଟିଆ ପିଲା ଟିଏ ବି ଥିଲା । କୁଜଙ୍ଗ ଅଂଚଳର ଅନିରୁଦ୍ଧ ମଲ୍ଲିକ ଓ ତାଙ୍କ ପରିବାର ଏପରି ସମୟରେ ସେମାନଙ୍କର ଓଡିଶା ଫେରିବା ପାଇଁ ସହାୟତା କରିବାକୁ ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କୁ ଫୋନ୍ ଯୋଗେ ଅନୁରୋଧ କରିଥିଲେ । ଏହା ପରେ ପରେ ସେମାନଙ୍କୁ ସହାୟତାର ହାତ ବଢାଇ ଦେଇଥିଲେ ସବ୍ୟସାଚୀ । ତାମିଲନାଡୁରୁ ଓଡିଶା ବସ୍ ରେ ଫେରିବା ପାଇଁ ବ୍ୟବସ୍ଥା କରିଥିଲେ । ଜଗତସିଂହପୁର କୁଜଙ୍ଗ ଅଂଚଳର ଅନିରୁଦ୍ଧ ଗାଁରେ ପହଁଚିବା ପରେ ସବ୍ୟସାଚୀଙ୍କୁ ଜଣାଇଛନ୍ତି ଧନ୍ୟବାଦ ।