ସାହାଯ୍ୟ କରିଥିଲେ, ସମ୍ମାନ ପାଇଲେ । ଆଉଟଲୁକ ମାଗାଜିନ୍ ପର୍ସନ୍ସ ଅଫ ଦ ଇଅର ତାଲିକାରେ ସ୍ଥାନ ପାଇଲେ ପ୍ରଥମ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର ।

533

କନକ ବ୍ୟୁରୋ: ସେବା ପାଇଁ ସମ୍ମାନ । ପୁଣି ସବ୍ୟସାଚୀଙ୍କୁ ମିଳିବାକୁ ଯାଉଛି ଆଉ ଏକ ସମ୍ମାନ । ଆଉଟଲୁକ ମାଗାଜିନ ତରଫରୁ ଏହି ସମ୍ମାନ ମିଳିବାକୁ ଯାଉଥିବା ବେଳେ ସବ୍ୟଙ୍କ ନାମ ଘୋଷଣା କରାଯାଇଛି ତାସହ ମାଗାଜିନର କଭର ପେଜରେ ବି ଏ ଦରଦୀ ମଣିଷଙ୍କୁ ସ୍ଥାନୀତ କରାଯାଇଛି । ବର୍ଷ ୨୦୨୦ରେ ସବୁଠୁ ଚର୍ଚ୍ଚିତ ଏବଂ ମହାମାରୀ କାଳରେ ମଣିଷଜାତିର ସେବା କରି ଯେଉଁ ମାନବିକତାର ମାଇଲଖୁଣ୍ଟ ସାଜିଛନ୍ତି ସବ୍ୟ, ସେଥିପାଇଁ ତାଙ୍କୁ ଆଉଟଲୁକ  ପର୍ସନ୍ସ ଅଫ ଦ ଇୟର ଭାବେ ମନୋନୀତ କରାଯାଇଛି ।

ସବ୍ୟଙ୍କ ସହ ଆଉ ଜଣେ ଦୁଃଖିଙ୍କ ବନ୍ଧୁ ସୋନୁ ସୁଦଙ୍କୁ ମଧ୍ୟ ଆଉଟଲୁକ  ପର୍ସନ୍ସ ଅଫ ଦ ଇୟର ଭାବେ ସମ୍ମାନୀତ କରାଯିବ । ସାରା ଦେଶ ପାଇଁ ସେବା, ସହଯୋଗର ସାକ୍ଷାତ ଦେବତା ସାଜିଥିବା ସୋନୁଙ୍କୁ ସମ୍ମାନ ମିଳିବ । ଏଥିସହ ସାହିନ ବାଗ ଦାଦି ନାଁରେ ପରିଚିତ ଲୋକଙ୍କ ହକ ପାଇଁ ଲଢେଇ କରୁଥିବା ୮୨ ବର୍ଷର ବିଲକିସ ଦାଦିଙ୍କୁ ବି ଏହି ସମ୍ମାନରେ ସମ୍ମାନିକ କରାଯିବ । ନାଗରିକତା ଆଇନଠୁ ଚାଷୀଙ୍କ ହକ ପାଇଁ ଲଢି ଚର୍ଚ୍ଚିତ ସାହିନିବାଗ ଦାଦି । ସେପଟେ ଭାରତୀୟ କ୍ରିକେଟର ଟି. ନଟରାଜନଙ୍କ ସହ ସୁଶାନ୍ତ ସିଂହଙ୍କ ମୃତ୍ୟୁ ନେଇ ସବୁଠୁ ଚର୍ଚ୍ଚିତ ଥିବା, ଟ୍ରେଣ୍ଡିଂ ପାଲଟିଥିବା ରିୟା ଚକ୍ରବର୍ତ୍ତୀଙ୍କୁ ବି ନିଜ ପୋଷ୍ଟରରେ ସ୍ଥାନ ଦେଇଛି ଆଉଟଲୁକ । ତେବେ ସଙ୍କଟ ସମୟରେ ଶ୍ରମିକଙ୍କ ପାଇଁ ଭଗବାନ ପାଲଟିଥିବା ଦୁଇ ଦେବଦୂତ ସୋନୁ-ସବ୍ୟଙ୍କୁ ସମାଜ ସେବା ପାଇଁ ସମ୍ମାନ ମିଳୁଥିବା ବେଳେ ସବ୍ୟସାଚୀ ପ୍ରଥମ ଓଡିଆ ଯିଏ ଏ ସମ୍ମାନ ପାଇବାକୁ ଯାଉଛନ୍ତି ।

ମନେପକାନ୍ତୁ, କରୋନା ପାଇଁ ଯେତେବେଳେ ସାରା ଭାରତରେ ତାଲା ପଡିଲା । ଲକଡାଉନ ସଟଜାଉନ ପାଇଁ ସବୁଠି ବାଟ ବନ୍ଦ ହୋଇଗଲା । ଘରକୁ ଫେରିବାକୁ ଲୋକେ ଡହଳବିକଳ ହେଲେ, ପେଟ ପାଇଁ ପର ରାଇଜକୁ ଯାଇଥିବା ଦାଦନଟିଏ ଗାଁକୁ ଫେରିବାକୁ ମାଇଲ ମାଇଲ ବାଟ ଚାଲିଲା । ଆଉ ଅସହାୟ ଲୋକଙ୍କର ସେହି ଅସରନ୍ତି ଯାତ୍ରା ସେତେବେଳେ ସବ୍ୟଙ୍କୁ ବ୍ୟଥିତ କରିଥିଲା । ବାଟଚଲା ଶ୍ରମିକ ଠାରୁ ବାହାରେ ଫଶି ରହିଥିବା ଯୁବକ ଯୁବତୀଙ୍କୁ ନିଜ ମାଟି ଫେରାଇ ଆଣିବାକୁ ସବ୍ୟ ସାଜିଥିଲେ ସେତୁ । ସଂକ୍ରମଣ ଭୟ ଭିତରେ ଗୋଟେ ପରେ ଗୋଟେ ସାହାଯ୍ୟ କରି ସେ ପାଲଟିଥିଲେ ଓଡିଶାର ସୁନା ପୁଅ ।

ତେବେ ଖାଲି ଲକଡାଉନ କାହିଁକି ଅନେକ ସମୟରେ ଭିନ୍ନ ଭିନ୍ନ ସ୍ତରରେ ସହଯୋଗର ହାତ ବଢାଇଛନ୍ତି ସବ୍ୟସାଚୀ । କେବେ କେନ୍ଦ୍ରାପଡାର ଭିକ ମାଗୁଥିବା କୁନି ପୁଅକୁ ପାଠ ପଢା ସହ ତା ଭଉଣୀକୁ ସିଲେଇ ମେସିନ ଦେବା ହେଉ, ଅବା କଟକର କୁନି ଝିଅକୁ ମୋବାଇଲ ଦେଇ ତା ଅନଲାଇନ ପାଠ ପଢାରେ ସହଯୋଗ କରିଥିଲେ ସବ୍ୟ । ଢେଙ୍କାନାଳର ପକ୍ଷାଘାତରେ ପିଡିତା ବୁଢିମାଉସୀଙ୍କ ଦୁଃଖ ଦେଖି ତାଙ୍କୁ ହ୍ୱିଲ ଚେୟାର ଦେଇଥିଲେ ତ ଭୁବନେଶ୍ୱର ବାଳକାଟି ବିଦୁ ମାଉସୀଠୁ ୬ ହଜାର ଦୀପ କିଣି ତାଙ୍କ ମୁହଁରେ ହସ ଫୁଟାଇଥିଲେ ଏ ହୃଦୟର ହିରୋ ।

ଯାତ୍ର ଅଭିନେତ୍ରୀ ରିଙ୍କିଙ୍କ କଥା କୁହନ୍ତୁ ଅବା ସୋର ବେଲଦା ଅଞ୍ଚଳର ଏ ମଉସା ମାଉସୀଙ୍କୁ ଦୂର ଦେଶରୁ ଆଣି ପାଖାପାଖି କରାଇବା । କିମ୍ବା ତାରିଣୀଙ୍କ ପାଖକୁ ଲକଡାଉନ ନଡିଆ ପଠାଇ ଭକ୍ତଙ୍କୁ ଖୁସି କରାଇବା ଏ ସବୁ ମହତ କାମ କରି ସମସ୍ତଙ୍କ ପ୍ରିୟ ପାଲଟିଥିବା ସବ୍ୟଙ୍କୁ ମାଗାଜିନ ଆଉଟଲୁକ କରୁଛି ସମ୍ମାନିତ । ଆଉ ସବ୍ୟସାଚୀ ହେଉଛନ୍ତି ବିଦାୟୀ ବର୍ଷର ଆଉଟଲୁକ  ପର୍ସନ୍ସ ଅଫ ଦ ଇୟର..