କଟକ ମର୍କତନଗର ନିକଟରେ ଅମ୍ଳାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ : ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଅମ୍ଳାନ

କଟକ ମର୍କତନଗର ନିକଟରେ ଅମ୍ଳାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ : ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଅମ୍ଳାନ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ତଥା ଓଲିଉଡର ଜଣାଶୁଣା ନାୟକ ଅମ୍ଳାନ ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ଜଣାଯାଇଛି ।

ରାତି ପ୍ରାୟ ସାଢ଼େ ୨ଟା ସମୟରେ ଅମ୍ଳାନ ସୁଟିଂ ସାରି ଘରକୁ ଫେରିବା ସମୟରେ ସେକ୍ଟର ୭ରେ ଥିବା ମର୍କତ ନଗର ଥାନା ନିକଟସ୍ଥ ରିଙ୍ଗ୍‌ ରୋଡରେ ଅମ୍ଳାନଙ୍କ ଗାଡ଼ି ଆଗରେ ଯାଉଥିବା ଅନ୍ୟ ଏକ ମାରୁତି ସ୍ୱିଫ୍ଟ କାର୍‌କୁ ଓଭରଟେକ୍‌ କରୁଥିବା ବେଳେ ଦୁର୍ଘଟଣା ଘଟିଛି ।

ଫଳରେ ଦୁଇଟି ଯାକ କାର୍‌ ବନ୍ଧ ତଳକୁ ଖସି ଓଲଟି ପଡ଼ିଥିଲା । ପରେ କାର ଭିତରୁ ଅମ୍ଳାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା , ଅପର ପକ୍ଷରେ ଅନ୍ୟ କାରର ଚାଳକଙ୍କୁ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତି କରାଯାଇଥିବା ଜଣାପଡ଼ିଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe